ଫଳାଫଳ ମତେ ଆଶ୍ଚର୍ଯ୍ୟ କରିଛି: ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର)ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ବିଜୟୀ ହୋଇଛନ୍ତି। ତେବେ ଫଳାଫଳର ଆନୁଷ୍ଠାନିକ ଘୋଷଣା ବାକି ରହିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ସର୍ବାଧିକ ୯୬,୦୧୭ଟି ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮,୦୯୭ଟି ଭୋଟ୍ ମିଳିଛି। ତେବେ ପାଟକୁରାରେ ଏହି ଫଳାଫଳ ଆସିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜୟ […]

543

Tapas Behera
  • Published: Wednesday, 24 July 2019
  • , Updated: 24 July 2019, 07:51 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର)ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ବିଜୟୀ ହୋଇଛନ୍ତି। ତେବେ ଫଳାଫଳର ଆନୁଷ୍ଠାନିକ ଘୋଷଣା ବାକି ରହିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ସର୍ବାଧିକ ୯୬,୦୧୭ଟି ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮,୦୯୭ଟି ଭୋଟ୍ ମିଳିଛି।

ତେବେ ପାଟକୁରାରେ ଏହି ଫଳାଫଳ ଆସିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ପାଟକୁରା ନିର୍ବାଚନ ଫଳାଫଳ ମତେ ଆଶ୍ଚର୍ଯ୍ୟାନ୍ଵିତ କରିଛି। ଲୋକମତ ମୋ ସପକ୍ଷରେ ଥିଲା। ତେବେ ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡ଼ିବ। ଲୋକଙ୍କ ରାୟକୁ ମାନିବାକୁ ପଡ଼ିବ। ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ଅଛି। ସରକାର ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ। ମନ୍ତ୍ରୀ, ନେତା ପାଟକୁରାରେ ଡେରା ପକାଇ ରହିଥିଲେ। ଟଙ୍କା ବଣ୍ଟାଯିବା ମଧ୍ୟ ଫଳାଫଳରେ ପରିବର୍ତ୍ତନର ଅନ୍ୟତମ କାରଣ। ଲୋକମତ ଭିନ୍ନ ଥିଲା। କ’ଣ ପାଇଁ ଏମିତି ହେଲା ତାହା ଅନୁଧ୍ୟାନ ଯୋଗ୍ୟ। ଏ ସମ୍ପର୍କରେ ଚର୍ଚ୍ଚା ଓ ଆଲୋଚନା କରାଯିବା ପରେ କାରଣ ଜଣାପଡ଼ିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

Related story