ମୋଦିଙ୍କ ମହାନଦୀ ମନ୍ତବ୍ୟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ବିଜୟ ଛାଡ଼ିଲେ ଏମିତି ବାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଉପରେ କଟକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର ଓ ଦ୍ୱନ୍ଦ୍ୱାତ୍ମକ। ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନ୍‌ଫ୍ୟୁଜନ ଥିଲା, କମ୍ପ୍ଲିମେଣ୍ଟ ନ ଥିଲା।  ଟ୍ରିବ୍ୟୁନାଲ ନେଇ ମୋଦିଙ୍କ ମନ୍ତବ୍ୟ ଅତ୍ୟନ୍ତୁ ଦୁଃଖଦାୟକ। ଏହା ସହିତ ପ୍ରସନ୍ନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏକକ […]

basant

basant

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 04:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଉପରେ କଟକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର ଓ ଦ୍ୱନ୍ଦ୍ୱାତ୍ମକ। ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନ୍‌ଫ୍ୟୁଜନ ଥିଲା, କମ୍ପ୍ଲିମେଣ୍ଟ ନ ଥିଲା।  ଟ୍ରିବ୍ୟୁନାଲ ନେଇ ମୋଦିଙ୍କ ମନ୍ତବ୍ୟ ଅତ୍ୟନ୍ତୁ ଦୁଃଖଦାୟକ।

ଏହା ସହିତ ପ୍ରସନ୍ନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏକକ ଟ୍ରିବ୍ୟୁନାଲ ବିଲ୍ ପାସ୍ ହୋଇନାହିଁ। ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ପରେ ହିଁ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ବାଧ୍ୟ ହୋଇଛି।

ଅନ୍ୟପକ୍ଷରେ ପ୍ରସନ୍ନଙ୍କୁ ଜବାବ ଦେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଯେଉଁମାନେ ୧୮ ବର୍ଷ ଧରି ଜଳସେଚନ ପାଇଁ କିଛି କରି ନାହାନ୍ତି, ସେମାନଙ୍କୁ ମୋଦି ଶକ୍ତ ଚାପୁଡ଼ା ମାରିଛନ୍ତି। ମହାନଦୀ ପାଇଁ କେନ୍ଦ୍ର ସବୁବେଳେ ସହଯୋଗ କରିଆସୁଛି। ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ଠିକ୍।

ତେବେ ବିଜେପିର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ମହାନଦୀ ଏକ ସ୍ପର୍ଶକାତର ପ୍ରସଙ୍ଗ। ଓଡ଼ିଶାବାସୀ ଯେମିତି ମନ୍ତବ୍ୟ ଆଶା କରୁଥିଲେ, ପ୍ରଧାନମନ୍ତ୍ରୀ ସେମିତି କିଛି କହିନାହାନ୍ତି। ଛତିଶଗଡ଼ର ବେଆଇନ କାର୍ଯ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଭଲ ହୋଇଥାନ୍ତା। ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟ ସରକାର ପ୍ରଥମେ ପ୍ରସ୍ତାବ ଦେଇଥିଲେ। ସୁପ୍ରିମୋକୋର୍ଟରେ ରାଜ୍ୟ ସରକାର ମାମଲା ଦାଏର କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଛି। କିନ୍ତୁ ୬ ମାସ ମଧ୍ୟରେ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେବା ଭଳି ଲାଗୁନି। ଓଡ଼ିଶାକୁ ନ୍ୟାୟ ମିଳିବାରେ ବିଳମ୍ବ ହେବ ବୋଲି ସେ କହିଛନ୍ତି।

ବିଜୟ ଆଉ କ’ଣ କହିଛନ୍ତି ଶୁଣନ୍ତୁ:

ପ୍ରଧାନମନ୍ତ୍ରୀ ଗତକାଲି ଣ କହିଥିଲେ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,“କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ଏଠାକାର ଗରିବ କୃଷକଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି। ଏହାର ସବୁଠୁ ବଡ଼ ଜୀବନ୍ତ ଉଦାହରଣ ହେଉଛି ମହାନଦୀ ଜଳକୁ ନେଇ ରାଜ୍ୟ ସରକାର ଉଠାଇଥିବା ବିବାଦ। ଓଡ଼ିଶା ସରକାର ବିଧାନସଭାରେ ନିଜେ ସ୍ୱୀକାର କରି ସାରିଛନ୍ତି ଯେ ମହାନଦୀର ଅଧାରୁ ଅଧିକ ଜଳ ସମୁଦ୍ରକୁ ଚାଲିଯାଉଛି। କେନ୍ଦ୍ର ସରକାର ଏ ବିବାଦର ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ରାଜ୍ୟ ସରକାର ସହଯୋଗ କଲେନି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହନଦୀ ବିବାଦର ସମୟୋଚିତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ବି ରାଜ୍ୟ ସରକାର ସହଯୋଗ କଲେନି। ସେହିପରି ଏ ବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାର କହିଥିଲେ। ରାଜ୍ୟ ସରକାର ଏହାକୁ ବି ଅଗ୍ରାହ୍ୟ କରି ଦେଇଥିଲେ।”

ମହାନଦୀ ଜଳ ନେଇ ରାଜ୍ୟ ସରକାରଙ୍କ ଉପରେ ନିଜ ଆକ୍ରମଣକୁ ଆହୁରି ଶାଣିତ କରି ମୋଦି କହିଥିଲେ,“ରାଜ୍ୟ ସରକାର ଏତେ ବର୍ଷ ଏଠାରେ ଶାସନ କଲେଣି, କିନ୍ତୁ ମହାନଦୀ ଜଳରୁ କିପରି ଗରିବ ଚାଷୀମାନେ ଲାଭ ପାଇ ପାରିବେ ସେ ନେଇ କୌଣସି ବ୍ୟବସ୍ଥା ବିକଶିତ କରିପାରିଲେ ନାହିଁ। ମହାନଦୀ ଜଳ କିପରି ଚାଷ ଜମିକୁ ପହଞ୍ଚି ପାରିବ ସେ ନେଇ କିଛି ବ୍ୟବସ୍ଥା କଲେ ନାହିଁ।”

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ଆହୁରି ପ୍ରମୁଖ ପାଞ୍ଚୋଟି ନଦୀ ଥିବା ବେଳେ ସେଗୁଡ଼ିକର ଜଳକୁ କିପରି ସଠିକ୍ ବ୍ୟବହାର କରାଯାଇ ପାରିବ, ସେନଇ ରାଜ୍ୟ ସରକାର କିଛି କରି ନାହାଁନ୍ତି। ୨୦ ବର୍ଷ ହେଲା ଲୋୟର ଇନ୍ଦ୍ରା ସିଞ୍ଚାଇ ପ୍ରୋଜେକ୍ଟ କାହିଁକି ପଡ଼ି ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ଜଳସେଚନ ସହିତ ଯୋଜନାଗୁଡ଼ିକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରି ପକାଇ ରଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story