ବିଜେପୁର ଉପ ନିର୍ବାଚନ: ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର। ଆଜି ମୈଦାନକୁ ଓହ୍ଲାଇବ କଂଗ୍ରେସ।  ବିଜେପୁର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଚାର ଆରମ୍ଭ ହେବ। ଏଥିରେ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସହ ବହୁ ତୁଙ୍ଗ ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବିଜେପୁରରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି।  ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ମଧ୍ୟରେ ଟକ୍କର ହେଉଛି। ବିଜେଡି ପକ୍ଷରୁ ଷ୍ଟାର କ୍ୟାମ୍ପେନର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ।  ସେହିପରି ବିଜେପି ପକ୍ଷରୁ ଷ୍ଟାର କ୍ୟାମ୍ପେନର ଭାବେ ମୈଦନକୁ ଓହ୍ଲାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।