ବିଜେପୁର ବ୍ୟାଟେଲ୍‌: ବିଜେଡି ଓ ବିଜେପିର ଯୋଦ୍ଧା ତୟାର, କଂଗ୍ରେସରେ ସସ୍‌ପେନ୍ସ

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାପରେ ରାଜନୀତି କସରତ ଜୋର୍ ଧରିଛି। ବିଜେଡି ପରେ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସରେ କିଏ ହେବ ଯୋଦ୍ଧା, ସେନେଇ ସ୍ଥିତି ପରଖିଛନ୍ତି ଦଳର ପ୍ରାର୍ଥୀ ଚୟନ କମିଟି। ଆସନ୍ତାକାଲି କମିଟି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେବାପରେ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ। ବିଜେପୁର ଉପନିର୍ବାଚନ ନେଇ ବିଧିବଦ୍ଧ ବିଗୁଲ ବାଜିଲା। ବିଜେଡିରୁ ରିତା ସାହୁ ଓ ବିଜେପିରୁ […]

bijepur election

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 10:22 PM IST

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାପରେ ରାଜନୀତି କସରତ ଜୋର୍ ଧରିଛି। ବିଜେଡି ପରେ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସରେ କିଏ ହେବ ଯୋଦ୍ଧା, ସେନେଇ ସ୍ଥିତି ପରଖିଛନ୍ତି ଦଳର ପ୍ରାର୍ଥୀ ଚୟନ କମିଟି। ଆସନ୍ତାକାଲି କମିଟି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେବାପରେ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ।

ବିଜେପୁର ଉପନିର୍ବାଚନ ନେଇ ବିଧିବଦ୍ଧ ବିଗୁଲ ବାଜିଲା। ବିଜେଡିରୁ ରିତା ସାହୁ ଓ ବିଜେପିରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ କିଏ ପ୍ରାର୍ଥୀ ହେବେ ସେନେଇ ଚାଲିଛି ଜାରଦାର୍ କସରତ। କଂଗ୍ରେସର ପ୍ରାର୍ଥୀ ଚୟନ କମିଟି ଆଜି ବିଜେପୁରରେ ପହଚିଂ ଗ୍ରାଉଣ୍ଡ ସ୍ଥିତି ପରଖିଛି। କଂଗ୍ରେସ କର୍ମୀ, ସାଧାରଣଲୋକଙ୍କ ସହ କମିଟିର ସଦସ୍ୟମାନେ ଆଲୋଚନା କରିଛନ୍ତି। ତେବେ କାହାକୁ ପ୍ରାର୍ଥୀ କଲେ ଭଲ ହେବ ଓ କାହାର ପଲ୍ଲା ଭରି ରହିଛି ସେନେଇ ମାନସମନ୍ଥନ କରିଛି କଂଗ୍ରେସ। ଗାଇସିଲେଟ୍ ବ୍ଲକର ଉପାଧ୍ୟକ୍ଷ ପ୍ରଣୟ ସାହୁ ଓ  ରିପୁନାଥ ସେଟ୍ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେବ ପ୍ରାର୍ଥୀ ଚୟନ କମିଟି। ଫେବୃୟାରୀ ୧ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ।

ବିଜେଡିର ପ୍ରାର୍ଥୀ ରିତା ସାହୁ ଆସନ୍ତା  ୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଆସନ୍ତା ୨ ତାରିଖରେ ନାମାଙ୍କନପତ୍ର ଭରିବେ। ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବିଜେପୁର ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି।

Related story