ଦଶହରା ବ୍ରେକ୍ ପରେ ବିଜେପୁର ବ୍ୟାଟେଲ୍ ରେଡ୍ଡି

ଭୁବନେଶ୍ୱର/ବିଜେପୁର(ଓଡ଼ିଶା ରିପୋର୍ଟର):ଦଶହରା ବ୍ରେକ୍ ପରେ ବିଜେପୁର ବ୍ୟାଟେଲ୍ ପାଇଁ ପୁଣି କମର କଶିଲେ ନେତା। ବିଜେଡିର ଉପକୂଳିଆ ନେତା ବିଜେପୁର ମୁହାଁ ହୋଇଥିବା ବେଳେ ଆସନ୍ତାକାଲିଠୁ କଂଗ୍ରେସ ଓ ବିଜେପିର ହେଭିୱେଟ୍ ମଇଦାନକୁ ଓହ୍ଲାଇବେ। ପ୍ରଚାର ପାଇଁ ହାତରେ ମାତ୍ର ୧୦ ଦିନ ଥିବାରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ପୃଥକ ପୃଥକ ରଣନୀତି କରିଛନ୍ତି ତିନି ଦଳ। ଏପଟେ ନିର୍ବାଚନକୁ  ଅବାଧ ଓ ନିରପେକ୍ଷ କରିବା ପାଇଁ ବରଗଡ଼ରେ ଆଜି ପୋଲିସ ଡିଜି ବିଭାଗୀୟ ଅଧିକାରୀଙ୍କୁ ନେଇ […]

43

Tapas Behera
  • Published: Wednesday, 09 October 2019
  • , Updated: 09 October 2019, 07:56 PM IST

ଭୁବନେଶ୍ୱର/ବିଜେପୁର(ଓଡ଼ିଶା ରିପୋର୍ଟର):ଦଶହରା ବ୍ରେକ୍ ପରେ ବିଜେପୁର ବ୍ୟାଟେଲ୍ ପାଇଁ ପୁଣି କମର କଶିଲେ ନେତା। ବିଜେଡିର ଉପକୂଳିଆ ନେତା ବିଜେପୁର ମୁହାଁ ହୋଇଥିବା ବେଳେ ଆସନ୍ତାକାଲିଠୁ କଂଗ୍ରେସ ଓ ବିଜେପିର ହେଭିୱେଟ୍ ମଇଦାନକୁ ଓହ୍ଲାଇବେ। ପ୍ରଚାର ପାଇଁ ହାତରେ ମାତ୍ର ୧୦ ଦିନ ଥିବାରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ପୃଥକ ପୃଥକ ରଣନୀତି କରିଛନ୍ତି ତିନି ଦଳ। ଏପଟେ ନିର୍ବାଚନକୁ  ଅବାଧ ଓ ନିରପେକ୍ଷ କରିବା ପାଇଁ ବରଗଡ଼ରେ ଆଜି ପୋଲିସ ଡିଜି ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି।

ପ୍ରଚାର ଦୁଇ ଦିନ ଟିକେ ମାନ୍ଦା ପଡିବା ପରେ ଏବେ ଗାଁକୁ ଗାଁ ଗଳି କନ୍ଦି ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା। ଆଜି ବରପାଲି ବ୍ଲକ୍ ଭଟ୍ଟିଗାଁରେ ଡୋର ଟୁ ଡୋର କ୍ୟାମ୍ପନକୁ ଫୋକସ୍ କରିଥିଲେ ଦିଲୀପ । ଏପଟେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଗାଇସିଲଟରେ ପ୍ରଚାର କରିଛନ୍ତି ପ୍ରଦୀପ ପୁରୋହିତ।

ଦୁଇ ତିନି ଦିନ ଭିତରେ ଦଳର ହେଭିୱେଟ ଧର୍ମେନ୍ଦ୍ର ପ୍ରଧାନ ,ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ପ୍ରମୁଖ ମଇଦାନକୁ ଓହ୍ଲାଇବେ ଦିଲ୍ଲୀନେତା ମନୋଜ ତିଓ୍ୱାରୀ ଓ ସ୍ମୃତି ଇରାନିଙ୍କୁ ବି ଦଳ ବିଜେପୁର ବ୍ୟାଟେଲରେ ଅବତୀର୍ଣ୍ଣ କରିବାକୁ ରଣନୀତି କରିଛି । ସେପଟେ ବିଜେଡିର ପୁରା ଟିମ୍ ବି ମୁକାବିଲା ପାଇଁ ଜବରଦସ୍ତ ପ୍ରସ୍ତୁତି କରିଛି ରୀତା ସାହୁ ।

Related story