ମୈଦାନକୁ ଓହ୍ଲାଇଲେ ଜୁଏଲ, ନରସିଂହ ଓ ରାସେଶ୍ୱରୀ ବି କଲେ ପ୍ରଚାର
- Published: Saturday, 17 February 2018
- , Updated: 17 February 2018, 09:59 PM IST
<p>ବିଜେପୁର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ କମ୍ପୁଛି ବିଜେପୁର। ୩ ପ୍ରମୁଖ ଦଳର କ୍ୟାମ୍ପେନ୍‌ରେ ଉଠୁଛି ପଡୁଛି ପ୍ରଚାର ମୈଦାନ। ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଏବଂ ଷ୍ଟାର୍ ପ୍ରଚାରକ। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରଚାର ପାଇଁ ଆଜି ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଜୁଏଲ ଗାଇସିଲଟ ବ୍ଲକର ୭ଟି ସ୍ଥାନରେ ରୋଡ୍ ଶୋ ସହ ପଥପ୍ରାନ୍ତ ସଭା ମାଧ୍ୟମରେ ପ୍ରଚାର କରିଛନ୍ତି।</p>
<p>ଅନ୍ୟପକ୍ଷରେ ରୀତା ସାହୁଙ୍କୁ ଧରି ପ୍ରଚାରକୁ ଜୋରଦାର କରିଛି ବିଜେଡି। ଡୋର୍ ଟୁ ଡୋର୍ କ୍ୟାଂପେନ୍ କରି ଦଳୀୟ ନେତା ଓ କର୍ମୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗୁଛନ୍ତି। ଆଜି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ପ୍ରମିଳା ମଲ୍ଲିକଙ୍କ ସମେତ ଦଳର ଅନ୍ୟ ନେତା ଓ କର୍ମୀ ବୈରାଗପାଲିରେ ପ୍ରଚାର କରିଛନ୍ତି। ତା’ସହ ନବୀନ ସରକାରଙ୍କ ବିକାଶ ଧାରାରେ ସାମିଲ ହେବାକୁ ଭୋଟରକୁ ଆହ୍ୱାନ ଦେଇଛନ୍ତି। ଏପଟେ କଂଗ୍ରେସ ପକ୍ଷରୁ ଆଜି ବିଜେପୁରରେ ସାଧାରଣ ସଭା କରାଯାଇଥିଲା। ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ପ୍ରଦୀପ ମାଝୀ ଓ କିଶୋର ପଟେଲ ପ୍ରମୁଖ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଭୋଟ୍‌ ମାଗିଥିଲେ।</p>