ବିଜୁ ଗାଁ ରେଡିଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଜୁ ଗାଁ ରେଡିଓ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଚିବାଳୟରେ ଓଡ଼ିଶା ରାଜ୍ୟ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସୁରେନ୍ଦ୍ର ନାଥ ପଶୁପାଳକ ଏହି କମ୍ୟୁନିଟି ରେଡିଓ କାର୍ଯ୍ୟକ୍ରମ ସଂପର୍କରେ ଏକ ଉପସ୍ଥାପନା ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘଣ୍ଟାଏ ପାଇଁ […]

naveen-pattanik

Rakesh Mallick
  • Published: Wednesday, 31 August 2016
  • , Updated: 01 September 2016, 07:28 AM IST

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଜୁ ଗାଁ ରେଡିଓ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ସଚିବାଳୟରେ ଓଡ଼ିଶା ରାଜ୍ୟ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସୁରେନ୍ଦ୍ର ନାଥ ପଶୁପାଳକ ଏହି କମ୍ୟୁନିଟି ରେଡିଓ କାର୍ଯ୍ୟକ୍ରମ ସଂପର୍କରେ ଏକ ଉପସ୍ଥାପନା ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘଣ୍ଟାଏ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ୮ଟା ଓ ୯ଟାରେ ଏହାର ପୁନଃପ୍ରସାରଣ ପାଇଁ ପ୍ରସ୍ତାବ ରହିଛି।  ଏହା ଜରିଆରେ ଗାଁ ଲୋକଙ୍କୁ  କୃଷି, ଜଳସେଚନ, ସମବାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଓ ସଂସ୍କୃତି ସଂପର୍କରେ ଆବଶ୍ୟକ ସୂଚନା ଏବଂ ତଥ୍ୟ ସମ୍ବଳିତ ପରାମର୍ଶ ପ୍ରଦାନ କରାଯିବ। ବିଜୁ ଗାଁ ରେଡିଓ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳର କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଗଠନଗୁଡ଼ିକ ମୁଖ୍ୟତଃ ସୂଚନା ପ୍ରଦାନ କରାଯିବ। ଏହା ସହିତ ଗ୍ରାମାଞ୍ଚଳ ବାଳିକା, ମହିଳା, ଯୁବକ, ଆଦିବାସୀ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଏହି କାର୍ଯ୍ୟକ୍ରମ କେନ୍ଦ୍ରିତ ହେବ।

ଏହି କାର୍ଯ୍ୟକ୍ରମରେ ମାସକୁ ଥରେ ମୁଖ୍ୟମନ୍ତ୍ରୀଙ୍କ ୧୦ ମିନିଟ୍‌ର ବାର୍ତ୍ତା ‘ଆପଣଙ୍କ ପାଇଁ’ ପ୍ରସାରଣ କରାଯିବ।

ବିଜୁ ଗାଁ ରେଡିଓ କାର୍ଯ୍ୟକ୍ରମକୁ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପରିଚାଳିତ କରାଯିବ ବୋଲି ବୈଠକ ପରେ ସୂଚନା ଦିଆଯାଇଥିଲା।

Related story