ବିଜୁ ଜନ୍ମଶତବାର୍ଷିକୀ ପାଳନ ନେଇ ବୈଠକ, ଆସିଲେନି ଦାମ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ପାଳନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଚାଲିଛି। ଶନିବାର ଭୁବନେଶ୍ୱର ପାନ୍ଥ ନିବାସରେ ଦଳର ବିଧାୟକ, ସାଂସଦ ଏବଂ ଅନ୍ୟ ନେତାମାନେ ଏକାଠି ହୋଇ କିଭଳି ଢଙ୍ଗରେ ଶତବାର୍ଷିକୀ ପାଳନ କରାଯିବ ସେ ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ଏନେଇ ସାରାରାଜ୍ୟରେ କିଭଳି ଭାବରେ ବର୍ଷସାରା କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସମସ୍ତେ ନିଜନିଜ ପ୍ରସ୍ତାବ ରଖିଥିଲେ। ବିଜୁବାବୁଙ୍କୁ ନେଇ ଏକ ଡକ୍ୟୁମେଣ୍ଟସନ୍ ପ୍ରସ୍ତୁତି କରିବାକୁ କିଛି ବିଧାୟକ ମତ ରଖିଥିଲେ। […]

biju-patnaik

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 04:03 AM IST

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ପାଳନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଚାଲିଛି। ଶନିବାର ଭୁବନେଶ୍ୱର ପାନ୍ଥ ନିବାସରେ ଦଳର ବିଧାୟକ, ସାଂସଦ ଏବଂ ଅନ୍ୟ ନେତାମାନେ ଏକାଠି ହୋଇ କିଭଳି ଢଙ୍ଗରେ ଶତବାର୍ଷିକୀ ପାଳନ କରାଯିବ ସେ ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ଏନେଇ ସାରାରାଜ୍ୟରେ କିଭଳି ଭାବରେ ବର୍ଷସାରା କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସମସ୍ତେ ନିଜନିଜ ପ୍ରସ୍ତାବ ରଖିଥିଲେ। ବିଜୁବାବୁଙ୍କୁ ନେଇ ଏକ ଡକ୍ୟୁମେଣ୍ଟସନ୍ ପ୍ରସ୍ତୁତି କରିବାକୁ କିଛି ବିଧାୟକ ମତ ରଖିଥିଲେ। ସ୍କୁଲ, କଲେଜରେ ମଧ୍ୟ ବିଜୁ ପଟ୍ଟନାୟକ ସଂପର୍କିତ ବିଭିନ୍ନ ପ୍ରକାର ପ୍ରତିଯୋଗୀତା କରାଯିବ। ଆସନ୍ତା ୫ ତାରିଖରେ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ଆରମ୍ଭ ହେବା ସହିତ ସେହିଦିନ ସକାଳେ ଏକ ମିନି ମାରାଥନ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରର ପ୍ରାୟ ଦଶ ହଜାର କର୍ମୀ ଓ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିଧାନସଭା ଓ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟମାନେ ମାଲ୍ୟାର୍ପଣ କରିବେ। ଏହାପରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ବ୍ଲକଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗଦେବେ। ଏହିସଭାରେ ଏକ ବର୍ଷବ୍ୟାପି କାର୍ଯ୍ୟକ୍ରମ ଘୋଷଣା କରାଯିବ।

 ଗତକାଲି ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିବା ବେଳେ ଦଳର ଉପସଭାପତି ତଥା ମନ୍ତ୍ରୀ ଦାମୋଦର ରାଉତ ଅନୁପସ୍ଥିତ ଥିଲେ।

Related story