ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଆଜି ସାରା ରାଜ୍ୟରେ ପାଳିତ ହେଉଛି ପଞ୍ଚାୟତିରାଜ ଦିବସ। ଆଜିଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଛି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ସଚିବାଳୟରେ ପଞ୍ଚାୟତ ପ୍ରତିନିଧି ଓ ଜନ ସାଧାରଣଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୃଣମୂଳ ସ୍ତରରେ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ପଦକ୍ଷେପ ନେବେ ରାଜ୍ୟ ସରକାର।</p> <p>ନାରାୟଣପାଟଣା ସମେତ ସମ୍ବଲପୁର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର କିଛି ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ କିଛିଦିନ ତଳେ ‘ଆମ ଗାଁ ଆମ ବିକାଶ’ ଭ୍ୟାନରେ ଶୁଭାରମ୍ଭ ହୋଇଥିଲା। ପଞ୍ଚାୟତିରାଜ ଦିବସ ପାଳନ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।<br /> ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ୱର ଓ କଟକରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ମାରାଥନକୁ ଶୁଭାରମ୍ଭ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ଏହି ମିନିମାରାଥନ୍ ଫରେଷ୍ଟ ପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। କଟକରେ ଭେଟେରାନ୍ ସ୍ପୋର୍ଟସ ପର୍ସନ ସଂଗଠନ ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଥିଲା। ଆନନ୍ଦଭବନରୁ ଏହି ମାରାଥନ ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଶୁଭାରମ୍ଭ କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।