ଭୁବନେଶ୍ୱରରେ ହେବ ଏୟାରବେସ୍‌, ଡେରି ରାତିରେ ବି ଚାଲିବ ବିମାନ

ଭୁବନେଶ୍ୱର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେବ ଏୟାରବେସ। ଫଳରେ ବିଳମ୍ବିତ ରାତି ଓ ବଢି ଭୋରରୁ ମଧ୍ୟ ଭୁବନେଶ୍ୱରରୁ ବାହାର ସ୍ଥାନକୁ ଯା’ଆସ କରିହେବ। ଫଳରେ ସନ୍ଧ୍ୟାରେ କାମ ଶେଷ କରି ଯାତ୍ରୀମାନେ ଭୁବନେଶ୍ୱର ଆସି ପାରିବେ ପାଇଁ କିମ୍ବା ଏଠାରୁ ଅନ୍ୟତ୍ର ଯାଇ ପାରିବେ। ଏଥିରେ କୌଣସି ପ୍ରକାର ବିଳମ୍ବ ଆଶଙ୍କା କମ୍‌ ଥିବା ଜଣାପଡିଛି। ଏହାସହ କେବଳ ଯାତ୍ରୀ ନୁହେଁ, ଅତ୍ୟାବଶ୍ୟକ କାର୍ଗୋ ପାଇଁ ମଧ୍ୟ ଏହା […]

BIJU-PATNAIK-AIRPORT

BIJU-PATNAIK-AIRPORT

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 08:39 PM IST

ଭୁବନେଶ୍ୱର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେବ ଏୟାରବେସ। ଫଳରେ ବିଳମ୍ବିତ ରାତି ଓ ବଢି ଭୋରରୁ ମଧ୍ୟ ଭୁବନେଶ୍ୱରରୁ ବାହାର ସ୍ଥାନକୁ ଯା’ଆସ କରିହେବ। ଫଳରେ ସନ୍ଧ୍ୟାରେ କାମ ଶେଷ କରି ଯାତ୍ରୀମାନେ ଭୁବନେଶ୍ୱର ଆସି ପାରିବେ ପାଇଁ କିମ୍ବା ଏଠାରୁ ଅନ୍ୟତ୍ର ଯାଇ ପାରିବେ। ଏଥିରେ କୌଣସି ପ୍ରକାର ବିଳମ୍ବ ଆଶଙ୍କା କମ୍‌ ଥିବା ଜଣାପଡିଛି। ଏହାସହ କେବଳ ଯାତ୍ରୀ ନୁହେଁ, ଅତ୍ୟାବଶ୍ୟକ କାର୍ଗୋ ପାଇଁ ମଧ୍ୟ ଏହା ବେଶ୍‌ ସୁଯୋଗ ସୃଷ୍ଟି କରିବ। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଆର.ମହାଲିଙ୍ଗମ କହିଛନ୍ତି,“କିଛି ଏୟାରଲାନ୍ସ କର୍ତ୍ତୃପକ୍ଷ ଏଠାକୁ ଆସି ଏୟାରକ୍ରାଫ୍ଟ ବେସ୍‌ ସ୍ଫାନ କରିବା ପାଇଁ ଆଗ୍ରହୀ। ଏଠାରେ ବିମାନଗୁଡିକର ମେଣ୍ଟନାନ୍ସ କରିବା ପରେ ସକାଳୁ ସକାଳୁ ଗନ୍ତବ୍ୟସ୍ଥଳକୁ ବାହାରି ଯିବେ। ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇଯିବ। ଏହାଦ୍ୱାରା ସିଡ୍ୟୁଲ୍‌ ମଧ୍ୟ ବଢିଯିବ।”

ଏନେଇ ବିମାନଯାତ୍ରୀ ମାନିନୀ ଆଚାର୍ଯ୍ୟ କହିଛନ୍ତି,“ଭୁବନେଶ୍ୱରରେ ଏୟାରବେସ୍‌ ସୁବିଧା ହେଲେ ଓଡ଼ିଆ ଯାତ୍ରୀମାନେ ବହୁତ ଉପକୃତ ହୋଇପାରିବେ। ବିମାନ ରହିବା ପାଇଁ ସ୍ଥାନ ନ ଥିବାରୁ ଦୂରସ୍ଥାନରୁ ବିମାନ ଆସି ଏଠାରେ ରହିପାରୁ ନ ଥିଲେ। ଏୟାରବେସ ହେଲେ ଆଉ ଅସୁବିଧା ହେବ ନାହିଁ।”

ଭୁବନେଶ୍ୱର ବାସିନ୍ଦା ନିରଞ୍ଜନ ବିଷୋୟୀ କହିଛନ୍ତି,“ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏୟାରବେସ୍‌ ହେଲେ ବିଳମ୍ବିତ ରାତ୍ରିରେ ବିମାନ ପହଞ୍ଚି ସକାଳୁ ଏଠାରୁ ବିମାନ ଛାଡିବ। ଫଳରେ ଯାତ୍ରୀମାନେ ବହୁତ ସୁବିଧା ପାଇପାରିବେ। ପୂର୍ବରୁ ଅନ୍ୟ ବାହାର ସ୍ଥାନରୁ ଦିନରେ ଦିନରେ ହିଁ ଚାଲିଯାଉଥିଲେ। ପଲରେ ଯାତ୍ରୀମାନେ ଅସୁବିଧା ଭୋଗୁଥିଲେ। ଏହାଦ୍ୱାରା ବହୁତ ସୁଫଳ ମିଳିବ।”

ସୂଚାନାଯୋଗ୍ୟ ଏବେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଭାଇଜାଗ୍, ଓ ପୋର୍ଟବ୍ଲେୟାର ଆଦି ସ୍ଥାନକୁ ସିଧାସଳଖ ବିମାନ ସଂଯୋଗ ରହିଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଓ ଗୋ’ ଏୟାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏଠାରୁ ବିମାନ ଉଡାଣ କରୁଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ୨୧ଟି ବିମାନ ଯା’ଆସ କରୁଛି। ଏୟାରବେସ ହେଲେ ଏଠାରୁ ବିମାନ ଉଡାଣ ସଂଖ୍ୟା ମଧ୍ୟ ବଢିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos