ପ୍ରବାଦ ପୁରୁଷଙ୍କୁ  ଶ୍ରଦ୍ଧା ସୁମନ ଅର୍ପଣ କଲେ ମୋଦି ଏବଂ ବୈଜୟନ୍ତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁବାବୁଙ୍କ ସ୍ମରଣ କରି ମୋଦି କହିଛନ୍ତି, ବିଜୁବାବୁ ଜଣେ ଦୂରଦର୍ଶୀ ବ୍ୟକ୍ତି ଥିଲେ।&nbsp; ସେ ନୀରବଚ୍ଛିନ୍ନ ଭାବେ ଓଡ଼ିଶା ତଥା ସାରା ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ।&nbsp; ଦେଶରୁ ଦାରିଦ୍ୟ ଦୂରୀକରଣରେ ବିଜୁବାବୁଙ୍କ ଥିଲା ଉଲ୍ଲେଖନୀୟ ଅବଦାନ।</p> <p>ସେହିପରି ବିଜୁ ଜୟନ୍ତୀ ଅବସରରେ ବିଜୁବାବୁଙ୍କୁ ସ୍ମରଣ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍ କରିଛନ୍ତି ଯେ, &zwnj;ଆଧୁନିକ ଓଡ଼ିଶାର ଏହି ଶ୍ରେଷ୍ଠ ପୁତ୍ର ଆଜି ୧୦୨ ବର୍ଷରେ ପଦାର୍ପଣ କରିଥାନ୍ତେ। ପାରିବାରିକ ସମ୍ପର୍କ ବ୍ୟତୀତ ଶେଷ ସମୟ ଆଡ଼କୁ ତାଙ୍କ ମାର୍ଗଦର୍ଶନରେ ରାଜନୈତିକ କାର୍ଯ୍ୟରେ ସଂଶ୍ଲିଷ୍ଟ ରହିବା ମୋ ପାଇଁ ଗର୍ବର ବିଷୟ ଥିଲା।</p>

Ordigital Desk
  • Published: Monday, 05 March 2018
  • Updated: 05 March 2018, 01:30 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁବାବୁଙ୍କ ସ୍ମରଣ କରି ମୋଦି କହିଛନ୍ତି, ବିଜୁବାବୁ ଜଣେ ଦୂରଦର୍ଶୀ ବ୍ୟକ୍ତି ଥିଲେ।&nbsp; ସେ ନୀରବଚ୍ଛିନ୍ନ ଭାବେ ଓଡ଼ିଶା ତଥା ସାରା ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ।&nbsp; ଦେଶରୁ ଦାରିଦ୍ୟ ଦୂରୀକରଣରେ ବିଜୁବାବୁଙ୍କ ଥିଲା ଉଲ୍ଲେଖନୀୟ ଅବଦାନ।</p><p>ସେହିପରି ବିଜୁ ଜୟନ୍ତୀ ଅବସରରେ ବିଜୁବାବୁଙ୍କୁ ସ୍ମରଣ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍ କରିଛନ୍ତି ଯେ, &zwnj;ଆଧୁନିକ ଓଡ଼ିଶାର ଏହି ଶ୍ରେଷ୍ଠ ପୁତ୍ର ଆଜି ୧୦୨ ବର୍ଷରେ ପଦାର୍ପଣ କରିଥାନ୍ତେ। ପାରିବାରିକ ସମ୍ପର୍କ ବ୍ୟତୀତ ଶେଷ ସମୟ ଆଡ଼କୁ ତାଙ୍କ ମାର୍ଗଦର୍ଶନରେ ରାଜନୈତିକ କାର୍ଯ୍ୟରେ ସଂଶ୍ଲିଷ୍ଟ ରହିବା ମୋ ପାଇଁ ଗର୍ବର ବିଷୟ ଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos