ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପାଇଁ ରାଜ୍ୟସଭାରେ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବା ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆସିଛି। ବୁଧବାର ଶୂନ୍ୟ କାଳରେ ଏହି ପ୍ରସ୍ତାବ ଆଣିଥିଲେ ବିଜେଡି ସାଂସଦ ଅନଙ୍ଗ ଉଦୟ ସିଂହଦେଓ। ଏକ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ସେ ଏହି ପ୍ରସ୍ତାବ ଆଗତ କରିଥିଲେ। ତାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରି ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ ଛିଡ଼ା ହୋଇଥିଲେ। ସେହିଭଳି ଅନଙ୍ଗଙ୍କ ଏହି ପ୍ରସ୍ତାବକୁ ଜେଡିୟୁ ଓ ସମାଜବାଦୀ ପାର୍ଟିର ସାଂସଦମାନେ ମଧ୍ୟ […]

biju

Rakesh Mallick
  • Published: Thursday, 30 April 2015
  • , Updated: 30 April 2015, 05:31 AM IST

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବା ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆସିଛି। ବୁଧବାର ଶୂନ୍ୟ କାଳରେ ଏହି ପ୍ରସ୍ତାବ ଆଣିଥିଲେ ବିଜେଡି ସାଂସଦ ଅନଙ୍ଗ ଉଦୟ ସିଂହଦେଓ। ଏକ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ସେ ଏହି ପ୍ରସ୍ତାବ ଆଗତ କରିଥିଲେ। ତାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରି ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ ଛିଡ଼ା ହୋଇଥିଲେ। ସେହିଭଳି ଅନଙ୍ଗଙ୍କ ଏହି ପ୍ରସ୍ତାବକୁ ଜେଡିୟୁ ଓ ସମାଜବାଦୀ ପାର୍ଟିର ସାଂସଦମାନେ ମଧ୍ୟ ସମର୍ଥନ କରି ଠିଆ ହୋଇଥିଲେ। ତେବେ କଂଗ୍ରେସ ଓ ବିଜେପିର ସାଂସଦମାନେ ଚୁପ୍ ବସିଥିଲେ। ସେମାନେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

Related story