ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ସ୍ମୃତି ପୀଠ

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାର ପରିସରରୁ ହଟିଲା ବିଜୁ ସ୍ମୃତି ପୀଠ ।  ସ୍ୱର୍ଗଦ୍ୱାରର ବିକାଶ ପାଇଁ ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି । ସେପଟେ ପୁରୀରେ ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଆଜି ବି ଜାରି ରହିଛି । ଆଜି ପଶ୍ଚିମ ଦ୍ୱାର ସମ୍ମୁଖ ବିଷ୍ଣୁ ଭବନ ସଂଲଗ୍ନ ଏକ ଘରକୁ ପ୍ରଶାସନ ତରଫରୁ ଭଙ୍ଗାଯାଉଛି । ୨ ପ୍ଲାଟୁନ ପୁଲିସ୍‌ ଉପସ୍ଥିତିରେ […]

puri-1-1

Niharika Rout
  • Published: Thursday, 19 December 2019
  • , Updated: 19 December 2019, 12:37 PM IST

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାର ପରିସରରୁ ହଟିଲା ବିଜୁ ସ୍ମୃତି ପୀଠ ।  ସ୍ୱର୍ଗଦ୍ୱାରର ବିକାଶ ପାଇଁ ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି । ସେପଟେ ପୁରୀରେ ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଆଜି ବି ଜାରି ରହିଛି ।

ଆଜି ପଶ୍ଚିମ ଦ୍ୱାର ସମ୍ମୁଖ ବିଷ୍ଣୁ ଭବନ ସଂଲଗ୍ନ ଏକ ଘରକୁ ପ୍ରଶାସନ ତରଫରୁ ଭଙ୍ଗାଯାଉଛି । ୨ ପ୍ଲାଟୁନ ପୁଲିସ୍‌ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗତକାଲି କିଛି ବେସରକାରୀ ଘର ସହ କାଳିଚରଣ ଲଜ୍ ଓ ରାୟ ବାହାଦୁର ଲଜ୍‌କୁ ମଧ୍ୟ ଭଙ୍ଗା ଯାଇଥିଲା  ଏହା ପୂର୍ବରୁ ସାନଛତା ମଠ ସହିତ ନିକଟସ୍ଥ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇଥିଲା ।

Related story