ବିଜୁଳି ସଂକଟ: ୟୁନିଟ୍ ପିଛା ୩ ଟଙ୍କା ୨୦ରୁ କମରେ ବିକିବାକୁ ରାଜି ନୁହନ୍ତି ଘରୋଇ ସଂସ୍ଥା

ଭୁବନେଶ୍ୱର: ପାର୍ବଣ ପାଇଁ ପ୍ରଥମେ ସରକାର ଘୋଷଣା କଲେ ରାତିରେ ବିଜୁଳିକାଟ ହେବନି। କେବଳ ଦିନରେ ହେବ। ତେବେ ଭୁବନେଶ୍ୱର କଟକ ପରି କିଛି ପ୍ରମୁଖ ସହରର ଏବେ ଦିନରେ ମଧ୍ୟ ବିଜୁଳି କାଟ ବନ୍ଦ ଅଛି। ମାତ୍ର ଗ୍ରାମାଞ୍ଚଳରେ ସ୍ଥିତି ଯାହାକୁ ସେଇଆ। ମାଓପ୍ରବଣ ମାଲାକାନାଗିରିରେ ଦିନକୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ ହେଉଛି। ସେହିପରି ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି। ଆଉ ୭ ତାରିଖ ପରେ […]

electricity

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 04:49 PM IST

ଭୁବନେଶ୍ୱର: ପାର୍ବଣ ପାଇଁ ପ୍ରଥମେ ସରକାର ଘୋଷଣା କଲେ ରାତିରେ ବିଜୁଳିକାଟ ହେବନି। କେବଳ ଦିନରେ ହେବ। ତେବେ ଭୁବନେଶ୍ୱର କଟକ ପରି କିଛି ପ୍ରମୁଖ ସହରର ଏବେ ଦିନରେ ମଧ୍ୟ ବିଜୁଳି କାଟ ବନ୍ଦ ଅଛି। ମାତ୍ର ଗ୍ରାମାଞ୍ଚଳରେ ସ୍ଥିତି ଯାହାକୁ ସେଇଆ। ମାଓପ୍ରବଣ ମାଲାକାନାଗିରିରେ ଦିନକୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ ହେଉଛି। ସେହିପରି ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି। ଆଉ ୭ ତାରିଖ ପରେ ବିଜୁଳି ସଂକଟ ବଢ଼ିବ ବୋଲି କୁହାଯାଉଛି। କାରଣ ଘରୋଇ ବିଜୁଳି ଉତ୍ପାଦନ କରୁଥିବା ସଂସ୍ଥାଙ୍କ ପାଖରୁ ଗ୍ରୀଡକୋ ବିଜୁଳି କିଣିବାକୁ ଯୋଜନା କରିଥିଲେ ମଧ୍ୟ ରେଟ୍ ଛିଡୁନି। ୟୁନିଟି ପିଛା୨ଟଙ୍କ। ୭୫ ପଇସାରେ କିଣିବାକୁ ଗ୍ରୀଡକୋ ଓଇଆରସିର ଅନୁମତି ଲୋଡିଛି। କିନ୍ତୁ ବିଜୁଳି ଉତ୍ପାଦନ କରୁଥିବା ସଂସ୍ଥା ୩ ଟଙ୍କ। ୨୦ରୁ କମରେ ବିଜୁଳି ବିକିବେ ନାହିଁ ବୋଲି ଜିଦ୍ ଧରିଛନ୍ତି। କନଫଡେରେସନ ଅଫ କ୍ୟାପିଟିଭ ପାୱାର ପ୍ଲାଣ୍ଟ ଅଫ୍ ଓଡ଼ିଶା ସଂପାଦକ ସିଦ୍ଧାର୍ଥ ପଣ୍ଡା କହିଛନ୍ତି ଯେ ୩ ଟଙ୍କ। ୨୦ରୁ ବିଜୁଳି ବିକିବା ସମ୍ଭବ ନୁହେଁ।

ଅନ୍ୟପକ୍ଷରେ ଗ୍ରୀଡକୋ ନିର୍ଦ୍ଦେଶକ (ବାଣିଜ୍ୟ) ପି.କେ ପ୍ରଧାନ କହିଛନ୍ତି ଯେ ଜଳବିଦ୍ୟୁତ ପ୍ରକଳ୍ପରୁ ଅଧିକ ୭୦୦ ମେଗାୱାଟ ବିଜୁଳି ଉତ୍ପାଦନ କରି ଏବେ ନିଅଣ୍ଟିଆ ସ୍ଥିତିର ଭରଣା କରାଯାଉଛି। ପାଗ ଥଣ୍ଡା ରହୁଥିବାରୁ ପିକ୍ ଆୱାରର ଚାହିଦା ବି କମିଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜଳବିଦ୍ୟୁତ ପ୍ରକଳ୍ପରୁ ଚାହିଦା ଅନୁସାରେ ବିଜୁଳି ଉତ୍ପାଦନ କରିବା ଯୋଜନା ଥିବାରୁ ଏବେ ପାୱାରକଟ୍ ହେବ ନାହିଁ।

ଅକ୍ଟୋବର ୧୫ରୁ ନଭେମ୍ୱର ୧୧ ତାରିଖ ପର୍ଯ୍ୟନ୍ତ ରାତିରେ ବିଜୁଳି କାଟ ହେବ ନାହିଁ ବୋଲି ଶକ୍ତି ବିଭାଗ ଘୋଷଣା କରିଥିଲା। ନଭେମ୍ୱର ଦ୍ୱିତୀୟ ସପ୍ତାହରେ ସ୍ଥିତି ସମୀକ୍ଷା କରି ଆଗକୁ ବିଜୁଳିକାଟ ହେବ କି ନାହିଁ ସେନେଇ ନିଷ୍ପତ୍ତି ନେବେ ସରକାର।

Related story