ମେଡିକାଲ୍‌ ଯାଉଥିବା ବେଳେ ପିଟିଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର-ମହିମୁଣ୍ଡା ରାସ୍ତାର ଖଲିଆପାଲି ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ। ରାସ୍ତାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ସ୍ୱାମୀ ଓ ଦୁଇ ବର୍ଷର ଶିଶୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କୁରୁଲ ଗାଁର ବନମାଳି ବେହେରା, ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ଓ ଦୁଇ ବର୍ଷର ପୁଅ ବାଇକରେ ବଲାଙ୍ଗିର ହସ୍ପିଟାଲକୁ ଯାଉଥିଲେ। ହଠାତ ପଛପଟୁ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁ ହୋଇଥିଲା। […]

bike

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 04:24 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର-ମହିମୁଣ୍ଡା ରାସ୍ତାର ଖଲିଆପାଲି ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ। ରାସ୍ତାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ସ୍ୱାମୀ ଓ ଦୁଇ ବର୍ଷର ଶିଶୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।

କୁରୁଲ ଗାଁର ବନମାଳି ବେହେରା, ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ଓ ଦୁଇ ବର୍ଷର ପୁଅ ବାଇକରେ ବଲାଙ୍ଗିର ହସ୍ପିଟାଲକୁ ଯାଉଥିଲେ। ହଠାତ ପଛପଟୁ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ସ୍ୱାମୀ ବନମାଳି ଓ ଦୁଇବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ବନମାଳିଙ୍କ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବଲାଙ୍ଗିର ଟାଉନ ଥାନା ପୁଲିସ ଟ୍ରକକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରୀ ରଖିଛି।

Related story