ମେଡିକାଲ୍‌ରେ ଝିଅକୁ ଦେଖା କରିବାକୁ ଯାଉଥିଲେ, ପିଟିଦେଲା ଟ୍ରକ୍‌

ଜଳେଶ୍ୱର(ଅଜିତ ଦାସ): ମେଡିକାଲ୍‌ ବେଡ୍‌ରେ ଝିଅ ପ୍ରସୂତି ଯନ୍ତ୍ରଣା ପାଉଛି। ଏକଥା ଜାଣିବା ପରେ ଦେଖା କରିବାକୁ ଧାଇଁ ଯାଇଥିଲେ ମାଆ। ହେଲେ ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ନେଇଗଲା ଜମ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଜଳେଶ୍ୱର ବ୍ଲକ୍‌ ସମ୍ପତିଆ ପଞ୍ଚାୟତ ବାଗ ଗାଁର ଚାରୁବାଳା ନନ୍ଦିଙ୍କ ଝିଅ ଶାଶୁ ଘରେ ଗର୍ଭ ଯନ୍ତ୍ରଣା ପାଇଥିଲେ। ଶାଶୁ ଘର ଲୋକେ ତାଙ୍କୁ ବସ୍ତା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। […]

accident

Manoranjan Sial
  • Published: Sunday, 17 April 2022
  • , Updated: 17 April 2022, 09:38 PM IST

ଜଳେଶ୍ୱର(ଅଜିତ ଦାସ): ମେଡିକାଲ୍‌ ବେଡ୍‌ରେ ଝିଅ ପ୍ରସୂତି ଯନ୍ତ୍ରଣା ପାଉଛି। ଏକଥା ଜାଣିବା ପରେ ଦେଖା କରିବାକୁ ଧାଇଁ ଯାଇଥିଲେ ମାଆ। ହେଲେ ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ନେଇଗଲା ଜମ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ଜଳେଶ୍ୱର ବ୍ଲକ୍‌ ସମ୍ପତିଆ ପଞ୍ଚାୟତ ବାଗ ଗାଁର ଚାରୁବାଳା ନନ୍ଦିଙ୍କ ଝିଅ ଶାଶୁ ଘରେ ଗର୍ଭ ଯନ୍ତ୍ରଣା ପାଇଥିଲେ। ଶାଶୁ ଘର ଲୋକେ ତାଙ୍କୁ ବସ୍ତା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏ ଖବର ପାଇ ଚାରୁବାଳା ସମ୍ପର୍କୀୟ ଭାଇ ପିଣ୍ଟୁ ଗିରିଙ୍କ ସହ ବାଇକ୍‌ରେ ମେଡିକାଲ୍‌ ଯାଇଥିଲେ। ୧୬ ନମ୍ୱର ଜାତୀୟ ରାଜପଥର କୁଣ୍ଡପୁର ଛକରେ ସମ୍ମୁଖରୁ ଆସିଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଚାରୁବାଳାଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାରେ ବାଇକ୍‌ଟି ସମ୍ପୂର୍ଣ୍ଣ ଚଳି ଯାଇଥିଲା। ସ୍ଥାନୀୟ ଲୋକେ ବାଇକ୍‌ ଚାଳକ ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଚମ୍ପଟ ମାରିଛି।

Related story