ଶୁଦ୍ଧିକ୍ରିୟା କାମରୁ ଫେରିଥିଲେ ଦାଦା-ପୁତୁରା, ପିଟିଦେଲା ବସ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରୁଥିଲେ ଦାଦା ଓ ପୁତୁରା। ହେଲେ ରାସ୍ତାରେ ପିଟିଦେଲା ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଲମ୍ବୋଦରପୁର ଛକ ନିକଟରେ ଘଟିଛି। କଟକ ସାଲେପୁର ରାମକୃଷ୍ଣପୁର ଗାଁର ପ୍ରତାପ ଷଡଙ୍ଗୀ ଓ ପୁତୁରା ପ୍ରିତମ ଷଡଙ୍ଗୀ ଏକ ବାଇକ୍‌ ଶୁଦ୍ଧିକ୍ରିୟା କାମରେ ଯୋଗଦେବା ପାଇଁ ଢେଙ୍କାନାଳ ସଦର ଥାନା ଅଞ୍ଚଳକୁ ଯାଇଥିଲେ। […]

accident

Manoranjan Sial
  • Published: Tuesday, 28 January 2020
  • , Updated: 28 January 2020, 05:47 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରୁଥିଲେ ଦାଦା ଓ ପୁତୁରା। ହେଲେ ରାସ୍ତାରେ ପିଟିଦେଲା ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଲମ୍ବୋଦରପୁର ଛକ ନିକଟରେ ଘଟିଛି।

କଟକ ସାଲେପୁର ରାମକୃଷ୍ଣପୁର ଗାଁର ପ୍ରତାପ ଷଡଙ୍ଗୀ ଓ ପୁତୁରା ପ୍ରିତମ ଷଡଙ୍ଗୀ ଏକ ବାଇକ୍‌ ଶୁଦ୍ଧିକ୍ରିୟା କାମରେ ଯୋଗଦେବା ପାଇଁ ଢେଙ୍କାନାଳ ସଦର ଥାନା ଅଞ୍ଚଳକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ସଦରଥାନା ଅନ୍ତର୍ଗତ ଲମ୍ବୋଦରପୁର ଛକରେ ସମ୍ମୁଖରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦାଦା ଓ ପୁତୁରାଙ୍କ ମୃତ୍ୟୁ ଘଟିଥିଲା। ଭାପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related story