ବାଇକ୍-ପିକ୍‌ଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବଡ଼ମହେଶ୍ୱର ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରାଜ କୁମାର ଶବର ଓ ଦିବ୍ୟ ରଞ୍ଜନ ଘିବେଲା। ରାଜଙ୍କ ଘର ପୋଡ଼ପାଲିରେ ହୋଇଥିବା ବେଳେ ଦିବ୍ୟଙ୍କ ଘର ତୁମେରବାହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ରାଜ ଓ ଦିବ୍ୟ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବଡ଼ମହେଶ୍ୱର […]

accident

Tapaswini Nayak
  • Published: Friday, 24 July 2020
  • , Updated: 24 July 2020, 01:18 PM IST

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବଡ଼ମହେଶ୍ୱର ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରାଜ କୁମାର ଶବର ଓ ଦିବ୍ୟ ରଞ୍ଜନ ଘିବେଲା। ରାଜଙ୍କ ଘର ପୋଡ଼ପାଲିରେ ହୋଇଥିବା ବେଳେ ଦିବ୍ୟଙ୍କ ଘର ତୁମେରବାହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ରାଜ ଓ ଦିବ୍ୟ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବଡ଼ମହେଶ୍ୱର ଗାଁ ନିକଟରେ ପିକ୍ଅପ୍ ଭ୍ୟାନ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହା ସହ ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୁଲିସ  ପଚରାଉଚରା କରୁଛି।

Related story