ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ପାଇଁ ରାଜଧାନୀ ଭୁବନେଶ୍ୱର ପୁଲିସ ଛାଉଣୀରେ ପରିଣତ ହୋଇଛି। ଲୁଟ୍ ଓ ଛିନ୍ତାଇକୁ ଲକ୍ଷ୍ୟକରି କମିଶନରେଟ୍ ପୁଲିସ ଛକମାନଙ୍କରେ ସିସିଟିଭି ଲଗାଇବା ସହିତ ପିସିଆର୍ ଭ୍ୟାନ୍ ପଇଁତରା ମାରୁଛି। ଏହା ସତ୍ତ୍ୱେ ଦୁର୍ବୃତ୍ତମାନେ ପୁଲିସକୁ ଚକ୍ମା ଦେଇ ଲୁଟି ନେଉଛନ୍ତି। ଆଜି ଏମିତି ଏକ ଘଟଣା ରାଜଧାନୀର ସମ୍ ହସ୍ପିଟାଲ୍-କଳିଙ୍ଗନଗର ରାସ୍ତାରେ ଘଟିଛି। ବନ୍ଧୁକ ଦେଖାଇ ବାଇକ୍ ଲୁଟିନେଲେ ୩ ଦୁର୍ବୃତ୍ତ।
ଘାଟିକିଆ ଅଞ୍ଚଳର ପର୍ଶୁ ରଥ ବାଇକ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ନାଲି ଗାମୁଛା ବାନ୍ଧି ଏକ ବାଇକ୍ରେ ଆସି ପର୍ଶୁଙ୍କ ଗାଡ଼ିକୁ ଅଟକାଇଥିଲେ। ତା’ପରେ ବନ୍ଧୁକ ଦେଖାଇ ତାଙ୍କ ବାଇକ୍ ଧରି ଚମ୍ପଟ ମାରିଥିଲେ। ପର୍ଶୁ ଏନେଇ କମିଶନରେଟ୍ ପୁଲିସକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭଯୁକ୍ତଙ୍କ ପତ୍ତା ପାଇନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସାଙ୍ଗ ଦେଲା ବିଶ୍ୱାସରେ ବିଷ, ରାତି ଅଧରେ ମୁଣ୍ଡକୁ ଛେଚିଦେଲା
ସାଙ୍ଗ ଦେଲା ବିଶ୍ୱାସରେ ବିଷ। ରାତି ଅଧରେ ଘଟାଇଲା ନାରକୀୟ କାଣ୍ଡ। ସାଜିଲା ଘାତକ, ନେଇଗଲା ଜୀବନ ।
Crime
ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ
ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।
Crime
ଲୁଟିଲେ; ବ୍ୟାଙ୍କ ଲକରରେ ନିଆଁ ଲଗାଇ ଚମ୍ପଟ ମାରିଲେ
ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇ ହୋଇପଡ଼ିଛି।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।
Crime
ଗତକାଲିଠୁ ନିଖୋଜ ଥିଲେ ନାବାଳକ; ବସ୍ତାରୁ ମିଳିଲା ମୃତଦେହ
ନାବାଳକଙ୍କୁ ହତ୍ୟା କରି ବସ୍ତାରେ ପୂରାଇ ପଡ଼ୋଶୀର ଘର ସମ୍ମୁଖରେ ଫିଙ୍ଗିଦେଲେ।