ଭୁବନେଶ୍ୱର ବିମାନବନ୍ଦର ପାଇଁ ପକ୍ଷୀ ଚିନ୍ତା: ଡ୍ରେନର ଦିଗ ବଦଳାଇବାକୁ ଯୋଜନା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ଓ ଏଠାରୁ ଯାତାୟତ କରୁଥିବା ବିମାନ ପାଇଁ ବିପଦ ସାଜିଛି ଉଡ଼ନ୍ତା ପକ୍ଷୀ। ଏହାର କାରଣ ହେଉଛି ବିମାନବନ୍ଦର ପରିସର ଦେଇ ଯାଇଥିବା ଏକ ଖୋଲା ଡ୍ରେନ୍। ଗତ କିଛିଦିନ ମଧ୍ୟରେ ବିମାନବନ୍ଦରରେ ସେଭଳି ପକ୍ଷୀମାଡ଼ ଘଟଣା ସାମ୍ନାକୁ ଆସି ନାହିଁ। ତଥାପି ଦୁର୍ଘଟଣାକୁ ଏଡାଇବା ଲାଗି ଏହି ଡ୍ରେନର ଦିଗ ପରିବର୍ତ୍ତନ ଉପରେ ଜୋର ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ। ଭରତପୁର ଅଞ୍ଚଳରୁ ବାହାରିଥିବା ଏହି ଡ୍ରେନ୍ ବରମୁଣ୍ଡା, ଓୟୁଏଟି ଭିତରେ ପଶି […]

bimana

Rakesh Mallick
  • Published: Friday, 06 November 2015
  • , Updated: 07 November 2015, 04:13 AM IST

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ଓ ଏଠାରୁ ଯାତାୟତ କରୁଥିବା ବିମାନ ପାଇଁ ବିପଦ ସାଜିଛି ଉଡ଼ନ୍ତା ପକ୍ଷୀ। ଏହାର କାରଣ ହେଉଛି ବିମାନବନ୍ଦର ପରିସର ଦେଇ ଯାଇଥିବା ଏକ ଖୋଲା ଡ୍ରେନ୍। ଗତ କିଛିଦିନ ମଧ୍ୟରେ ବିମାନବନ୍ଦରରେ ସେଭଳି ପକ୍ଷୀମାଡ଼ ଘଟଣା ସାମ୍ନାକୁ ଆସି ନାହିଁ। ତଥାପି ଦୁର୍ଘଟଣାକୁ ଏଡାଇବା ଲାଗି ଏହି ଡ୍ରେନର ଦିଗ ପରିବର୍ତ୍ତନ ଉପରେ ଜୋର ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ। ଭରତପୁର ଅଞ୍ଚଳରୁ ବାହାରିଥିବା ଏହି ଡ୍ରେନ୍ ବରମୁଣ୍ଡା, ଓୟୁଏଟି ଭିତରେ ପଶି ବିମାନବନ୍ଦର ପରିସର ଦେଇଯାଇଛି। ରନୱେ କଡରେ ଥିବା ଏହି ଡ୍ରେନ୍ ଖୋଲା ଥିବାରୁ ପୂତ୍ତ ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ପକ୍ଷୀମାନଙ୍କୁ ଆକର୍ଷିତ କରୁଛି। ଆଉ ଏହି ପକ୍ଷୀମାନେ ହିଁ ଉଡ଼ାଣ ଆରମ୍ଭ ଓ ଅବତରଣ ବେଳେ ବିମାନ ପାଇଁ ବିପଦ ସାଜୁଛନ୍ତି।
ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବରୁ ଅନେକ ଥର ବାର୍ଡ ହିଟ୍ ହୋଇଛି। ୨୦୧୧ ମସିହାରେ ୧୯ଥର, ୨୦୧୨ରେ ୧୮, ୨୦୧୩ ଓ ୨୦୧୪ ମସିହାରେ ୧୦ ଥର ଲେଖାଏଁ ବାର୍ଡ ହିଟ୍ ହୋଇଛି । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧ଥର ବାର୍ଡ ହିଟ୍ ହୋଇଥିବା ଜଣାପଡିଛି । ଏଭଳି ସ୍ଥଳେ ଡ୍ରେନର ଦିଗ ପରିବର୍ତ୍ତନ ପାଇଁ ମିଳିତ ଯୋଜନା ଆବଶ୍ୟକ ବୋଲି ଭୁବନେଶ୍ୱର ମହାନନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଦୁଇଟି ଟର୍ମିନାଲରୁ ୩୮ଟି ବିମାନ ଯାତାୟାତ କରୁଛି। ଏଥିମଧ୍ୟରେ ଦୁଇଟି ସିଡ୍ୟୁଲ୍ ଅନ୍ତର୍ଜାତୀୟ ବିମାନ ରହିଛି।

Related story