୪ରୁ ଖୋଲିବ ବିରଜା ମନ୍ଦିର

ଯାଜପୁର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୪ ତାରିଖ ଖୋଲିବ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିରଜା ମନ୍ଦିର। ଏଥି ସହ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲପାଳ ଚକ୍ରବର୍ତ୍ତି ସିଂରାଠୋର। କୋଭିଡ୍‌ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଯାଇ ମା’ ବିରଜାଙ୍କୁ ଦର୍ଶନ କରିବେ। କରୋନା ଦ୍ୱିତୀୟ ଲହର ଯୋଗୁ ମନ୍ଦିର ବନ୍ଦ ରହିଥିଲା। ତେବେ ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର କଟକଣାରେ ସାମାନ୍ୟ କୋହଳ କରିଥିଲେ। ଧର୍ମାନୁଷ୍ଠା […]

Biraja Temple

Biraja Temple

Manoranjan Sial
  • Published: Monday, 02 August 2021
  • Updated: 02 August 2021, 06:08 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୪ ତାରିଖ ଖୋଲିବ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିରଜା ମନ୍ଦିର। ଏଥି ସହ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲପାଳ ଚକ୍ରବର୍ତ୍ତି ସିଂରାଠୋର। କୋଭିଡ୍‌ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଯାଇ ମା’ ବିରଜାଙ୍କୁ ଦର୍ଶନ କରିବେ।

କରୋନା ଦ୍ୱିତୀୟ ଲହର ଯୋଗୁ ମନ୍ଦିର ବନ୍ଦ ରହିଥିଲା। ତେବେ ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର କଟକଣାରେ ସାମାନ୍ୟ କୋହଳ କରିଥିଲେ। ଧର୍ମାନୁଷ୍ଠା ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ି ଥିଲେ ରାଜ୍ୟ ସରକାର। ଏହା ପରେ ଯାଜପୁର ଜିଲ୍ଲାପାଳ ଜିଲ୍ଲା ସବୁ ତହସିଲଦାର, ଥାନାର ଅଧିକାରୀ ଓ ଧର୍ମାନୁଷ୍ଠାର କର୍ମକର୍ତ୍ତାଙ୍କୁ ଡାକି ବୈଠକ କରିଥିଲେ। ଏଥିରେ ମନ୍ଦିର ଖୋଲିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ନିଷ୍ପତ୍ତି ଅନୁସାରେ ଜିଲ୍ଲାର ସବୁ ମନ୍ଦିର ୪ ତାରିଖ ବୁଧବାର ଦିନ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥି ସହିତ ଜିଲ୍ଲାର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ମନ୍ଦିର ଖୋଲିବ ବୋଲି ଜଣାପଡ଼ିଛି। ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଭୋଗ ନେଇ ଯାଇପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos