୨୦ଟି ମୟୂରର ମୃତଦେହ ମିଳିବା ଘଟଣା: ଘଟଣାସ୍ଥଳ ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ଭୁବନେଶ୍ୱର: ଖୋର୍ଦ୍ଧା ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ଗତକାଲି ୨୦ଟି ମୟୂରଙ୍କ ମୃତଦେହ ଉଦ୍ଧାର ପରେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବିଶେଷଜ୍ଞ ଦଳ। କେଉଁ କାରଣରୁ ଏତେ ସଂଖ୍ୟକ ଜାତୀୟ ପକ୍ଷୀଙ୍କ ମୃତ୍ୟୁ ହେଲା, ତାହାର ଅନୁଧ୍ୟାନ କରିଥିଲେ ଓୟୁଏଟି ଓ ବନବିଭାଗର ମିଳିତ ଟିମ୍। ଏହି ୪ ଜଣିଆ ଟିମରେ ଅଛନ୍ତି ଓୟୁଏଟିର ପଲ୍ୟୁଟ୍ରି ସାଇନସ, ବାୟୋ କେମେଷ୍ଟ୍ରୀ, ମେଡିସିନ୍ ଓ ପାଥୋଲୋଜି ବିଶେଷଜ୍ଞ। ସେମାନେ ଘଟଣାସ୍ଥଳରୁ ଆଉ ଏକ ବଗର ମୃତଦେହ ପାଇବା ସହ ନିକଟରେ […]

peacock

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 05:50 PM IST

ଭୁବନେଶ୍ୱର: ଖୋର୍ଦ୍ଧା ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ଗତକାଲି ୨୦ଟି ମୟୂରଙ୍କ ମୃତଦେହ ଉଦ୍ଧାର ପରେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବିଶେଷଜ୍ଞ ଦଳ। କେଉଁ କାରଣରୁ ଏତେ ସଂଖ୍ୟକ ଜାତୀୟ ପକ୍ଷୀଙ୍କ ମୃତ୍ୟୁ ହେଲା, ତାହାର ଅନୁଧ୍ୟାନ କରିଥିଲେ ଓୟୁଏଟି ଓ ବନବିଭାଗର ମିଳିତ ଟିମ୍।

ଏହି ୪ ଜଣିଆ ଟିମରେ ଅଛନ୍ତି ଓୟୁଏଟିର ପଲ୍ୟୁଟ୍ରି ସାଇନସ, ବାୟୋ କେମେଷ୍ଟ୍ରୀ, ମେଡିସିନ୍ ଓ ପାଥୋଲୋଜି ବିଶେଷଜ୍ଞ। ସେମାନେ ଘଟଣାସ୍ଥଳରୁ ଆଉ ଏକ ବଗର ମୃତଦେହ ପାଇବା ସହ ନିକଟରେ ଥିବା ଏକ ବିଲରୁ ପାଣି ନମୁନା ସଂଗ୍ରହ କରିଛନ୍ତି। ସେପଟେ ଗତକାଲି ସଂଗୃହୀତ ହୋଇଥିବା ପକ୍ଷୀଙ୍କ ସ୍ୱାବ ନମୁନାକୁ ନେଇ ଆଜି ଭୋପାଳ ଯିବ ଖୋର୍ଦ୍ଧା ବନବିଭାଗର ଏକ ଟିମ୍।

ସୂଚନାଯୋଗ୍ୟ, ଗତକାଲି ମଧୁପୁର ଜଙ୍ଗଲରୁ ୨୦ଟି ମୟୂରଙ୍କ ମୃତଦେହ ଠାବ ହୋଇଥିଲା। କେବଳ ମୟୂର ନୁହେଁ ଗୋଟିଏ କାଉ ଓ ବଗର ମୃତଦେହ ମଧ୍ୟ ମିଳିଥିଲା।

Related story