ଖୋର୍ଦ୍ଧାରେ କୁକୁଡ଼ା ମଡ଼କ; ୩ ଦିନରେ ୩ ହଜାରରୁ ଅଧିକ ମଲେଣି

ଖୋର୍ଦ୍ଧା (ବଳରାମ ଲେଙ୍କା): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିନ୍ତୁ ଆଜି ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବଡ଼ବେରଣ ଗାଁରେ ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। […]

hen

Jitendra Garnayak
  • Published: Thursday, 07 January 2021
  • , Updated: 07 January 2021, 12:39 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିନ୍ତୁ ଆଜି ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବଡ଼ବେରଣ ଗାଁରେ ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଗତ ୩ ଦିନ ହେଲାଣି ଏହି ଫାର୍ମରେ ୩ ହଜାରରୁ ଅଧିକ କୁକୁଡ଼ା ମରି ସାରିଲେଣି।

ଫାର୍ମ ମାଲିକଙ୍କ କହିବାନୁଯାୟୀ, ସେ ପ୍ରାୟ ୩,୫୦୦ କୁକୁଡ଼ା ରଖିଥିବା ବେଳେ ଏବେ ମାତ୍ର ୩୦ରୁ ୪୦ଟି କୁକୁଡ଼ା ଅଛନ୍ତି।

ଖବର ପାଇବା ପରେ ସେଠାରେ ଭେଟନାରୀ ସର୍ଜନ ପହଞ୍ଚି ସାମ୍ପଲ ସଂଗ୍ରହ କରିଛନ୍ତି। ୧୦ଟି କୁକୁଡ଼ାର ସାମ୍ପଲ ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ପରୀକ୍ଷା ପାଇଁ ଭୋପାଳ ଓ ଫୁଲନଖରା ପଠାଯିବ।

ସୂଚନାଯୋଗ୍ୟ, ଫାର୍ମ ମାଲିକ ନିଜସ୍ୱ ଉଦ୍ୟମରେ ଗାତ ଖୋଳି ମୃତ କୁକୁଡ଼ାଙ୍କୁ ପୋତିଛନ୍ତି। ବାର୍ଡ ଫ୍ଲୁ  ଯୋଗୁ ନା ଅନ୍ୟ କୌଣସି କାରଣରୁ ଏପରି ଘଟିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।

https://youtu.be/FXz5x9DEBz4

Related story