ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ : ୧୫ ମାସରେ ସାଢ଼େ ୩ ଗୁଣ ବଢ଼ିଛି ବ୍ୟୟ ଅଟକଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ପୁରୁଷ ହକି ମ୍ୟାଚ ଆୟୋଜନ ପୂର୍ବରୁ ନୂଆ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମକୁ ବିଶ୍ୱର ସର୍ବବୃହତ୍ ବୋଲି ଦାବି କରିବା, ବାରବାଟୀ ଷ୍ଟାଡ଼ିୟମରେ ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ଓ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣର ବ୍ୟୟ ପରିମାଣକୁ ନେଇ ବିବାଦ ଆରମ୍ଭ ହୋଇଛି । ବିଶ୍ୱକପ୍ ହକି ଆୟୋଜନ ଓଡ଼ିଶା […]

Stadium

Stadium

Ordigital Desk
  • Published: Friday, 06 January 2023
  • Updated: 06 January 2023, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ପୁରୁଷ ହକି ମ୍ୟାଚ ଆୟୋଜନ ପୂର୍ବରୁ ନୂଆ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମକୁ ବିଶ୍ୱର ସର୍ବବୃହତ୍ ବୋଲି ଦାବି କରିବା, ବାରବାଟୀ ଷ୍ଟାଡ଼ିୟମରେ ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ଓ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣର ବ୍ୟୟ ପରିମାଣକୁ ନେଇ ବିବାଦ ଆରମ୍ଭ ହୋଇଛି ।

ବିଶ୍ୱକପ୍ ହକି ଆୟୋଜନ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଓ ପାରଦର୍ଶିତା ଅଭାବରୁ ଏବେ ନକରାତ୍ମକ ଚର୍ଚ୍ଚା ଅଧିକ ହେବାରେ ଲାଗିଛି । ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣ ୧୫ମାସ ମଧ୍ୟରେ ଶେଷ ହୋଇଛି ତଥା ଏଥିରେ ମୋଟ ୨୬୧କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାବି କରିଥିଲେ ମଧ୍ୟ ବାସ୍ତବରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ୨୦୨୧ ମାର୍ଚ୍ଚ ୧୨ରେ ଇଡକୋ ଦ୍ୱାରା ଆହ୍ୱାନ କରାଯାଇଥିବା କଳିଙ୍ଗ ଷ୍ଟାଡ଼ିୟମର ସ୍ପୋର୍ଟସ କମ୍ଲେକ୍ସ ଓ ରାଉରକେଲା ଆନ୍ତର୍ଜାତିକ ଷ୍ଟାଡ଼ିୟମ ନିର୍ମାଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ମୋଟ ଟେଣ୍ଡରର ପରିମାଣ ୨୯୩.୫୦କୋଟି ଟଙ୍କା ଥିବାବେଳେ ତାହା ୩ଗୁଣ ବୃଦ୍ଧି ପାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ରାଜ୍ୟ ସରକାର ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଦେଉଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ୨୦୨୧ ମାର୍ଚ୍ଚ ୧୨ତାରିଖରେ ଇଡକୋ ପକ୍ଷରୁ ଆହ୍ୱାନ କରାଯାଇଥିବା ଟେଣ୍ଡରରେ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଟେନିସ ଷ୍ଟାଡ଼ିୟମ, ରେସିଣ୍ଟେନ୍ସିଆଲ ସୁବିଧା, ସ୍ପୋର୍ଟସ ହଷ୍ଟେଲ, ଆକ୍ୱାଟିକ୍ ସେଂଟର ସମେତ ରାଉରକେଲାରେ ହକି ଷ୍ଟାଡ଼ିୟମ ଓ ଆନୁସଙ୍ଗିକ କୋଠା ଏବଂ ଆଭ୍ୟନ୍ତରୀଣ ଉନ୍ନତିକରଣ କାର୍ଯ୍ୟ ପାଇଁ ମୋଟ ୨୯୩.୫୦କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ୨୦୨୧ ଏପ୍ରିଲ ପ୍ରଥମ ସପ୍ତାହରେ ଏହି ଟେଣ୍ଡର ଆହ୍ୱାନର ଶେଷ ତାରିଖ ମଧ୍ୟ ରହିଥିଲା । କିନ୍ତୁ ସେହିବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ରାଜ୍ୟ କ୍ୟାବିନେଟ ‘ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏଥିରେ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ବିକାଶ ଓ ରାଉରକେଲାଠାରେ ଏକ ନୂଆ ହକି ଷ୍ଟାଡ଼ିୟମ ନିର୍ମାଣ ବାବଦରେ ମୋଟ ୩୫୬.୩୮କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ୧୬ମାସ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହି ଅର୍ଥକୁ ସିଏସଆର ପାଣ୍ଠି, ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଟି, ଓଡ଼ିଶା କ୍ରୀଡ଼ା ବିକାଶ ପାଣ୍ଠିରୁ ଖର୍ଚ୍ଚ କରାଯିବ ବୋଲି କ୍ୟାବିନେଟ୍ ଅନୁମୋଦନ ଦେଇଥିଲେ ।

ତେବେ କରୋନା ମହାମାରୀ ଓ ବିଭିନ୍ନ କଟକଣା ଭିତରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ ଅଚାନକ ୨୦୨୨ ସେପ୍ଟେମ୍ବର ୨୨ତାରିଖରେ ରାଜ୍ୟ କ୍ୟାବିନେଟରେ ଏକ ପ୍ରସ୍ତାବ ଗୃହୀତ କରାଇ ନେଇଥିଲା । ଯେଉଁଥିରେ ୨୦ହଜାର ଦର୍ଶକ କ୍ଷମତା ବିଶିଷ୍ଟ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ବମ୍ବେ ଆଇଆଇଟି ବିଶେଷଜ୍ଞଙ୍କ ବୈଷୟିକ ମଞ୍ଜୁରୀ ଅନୁସାରେ ଏହାକୁ ପ୍ରାକୃତିକ ଦୁର୍ବିପାକ ପ୍ରତିରୋଧକ୍ଷମ କରିବା ପାଇଁ ଆବଶ୍ୟକୀୟ ଉନ୍ନତିକରଣ କରାଯାଇଛି । ଏହାସହିତ ଇସ୍ପାତ, ତୈଳ, ଆଲୁମିନିୟମ ଆଦିର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ପ୍ରକଳ୍ପ ବ୍ୟୟର ଅଟକଳ ବୃଦ୍ଧି ପାଇଛି । ଜିଏସଟି ହାର ୧୨ରୁ ୧୮%କୁ ବୃଦ୍ଧି ପାଇଛି । ତେଣୁ ଉଭୟ କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲା ଷ୍ଟାଡ଼ିୟମର ପ୍ରକଳ୍ପ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ବ୍ୟୟ ଅଟକଳୁ ୪୩୨.୪୫ କୋଟି ଟଙ୍କାରୁ ୮୭୫.୭୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲେ । ତେବେ ୨୦୨୧ ମାର୍ଚ୍ଚ ୧୨ରେ ଇଡକୋ ଡାକିଥିବା ଟେଣ୍ଡର (୨୯୩.୫୦କୋଟି ଟଙ୍କା) ଓ ମାର୍ଚ୍ଚ ୨୩ରେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ପ୍ରକଳ୍ପ ପରିମାଣ(୩୫୬.୩୮କୋଟି ଟଙ୍କା) ଭିନ୍ନ ପ୍ରକଳ୍ପ ମୂଲ୍ୟ ୪୩୨.୪୫ କୋଟି ଟଙ୍କାକୁ କେବେ ବୃଦ୍ଧି ପାଇଲା ଓ ଗତ ୪ମାସ ପୂର୍ବରୁ ଅର୍ଥାତ୍ ୨୦୨୨ ସେପ୍ଟେମ୍ବର ୨୨ରେ ଏହି ପ୍ରକଳ୍ପ ଅଟକଳ ପରିମାଣକୁ କିଭଳି ଦ୍ୱିଗୁଣ ବୃଦ୍ଧି କରି ୮୭୫.୭୮ କୋଟି ଟଙ୍କା କରାଗଲା ତାହା ସାଧାରଣ ଲୋକେ ଜାଣିପାରିଲେ ନାହିଁ । କିମ୍ବା ସରକାର ଏହି ତଥ୍ୟକୁ ସାର୍ବଜନୀନ ବି କଲେନି ।

ଅନ୍ୟପକ୍ଷରେ ଗତ ନଭେମ୍ବର ୨୪ତାରିଖରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମ ଓ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ନିର୍ମାଣ ଓ ଉନ୍ନତିକରଣ ବବାଦରେ ମୋଟ ୧୦୨୩.୪୦କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଇଥିଲେ ।
କିନ୍ତୁ ଗତକାଲି ଏହି ରାଉରକେଲାସ୍ଥିତ ହକି ଷ୍ଟାଡ଼ିୟମ ଉଦଘାଟନ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଷ୍ଟାଡ଼ିୟମର ନିର୍ମାଣ ମାତ୍ର ୧୫ମାସରେ ଶେଷ ହୋଇଛି ଓ ଏଥିରେ ଖର୍ଚ୍ଚ ପ୍ରଥମେ ୧୨୦କୋଟି ଟଙ୍କା ଓ ପରେ ସଂଶୋଧନ କରି ୨୬୧କୋଟି ଟଙ୍କା ବୋଲି ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଥିଲା ।

ସରକାରୀସ୍ତରରେ ଏଭଳି ବିଭ୍ରାନ୍ତିକର ତଥ୍ୟ ପରୋକ୍ଷରେ ରାଜ୍ୟ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ବିଶ୍ୱକପ୍ ହକି ଆୟୋଜନ ଆଳରେ ସରକାର ଗତଥର(୨୦୧୮ ମସିହା) ଭଳି ଏଥର ବି ଅନେକକିଛି ତଥ୍ୟକୁ ଲୁଚାଇଛନ୍ତି, ଯାହାକି ଦୁର୍ନୀତିର ସନ୍ଦେହକୁ ବଢ଼ାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମ ବିଶ୍ୱର ସର୍ବବୃହତ୍ କି ନାହିଁ ତାକୁ ନେଇ ବିବାଦ ଲାଗି ରହିଥିବାବେଳେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା ଆନ୍ତର୍ଜାତିକ ହକି ମହାସଂଘ ଏହାକୁ ବିଶ୍ୱର ସର୍ବବୃହତ୍ ଷ୍ଟାଡ଼ିୟମ ବୋଲି କହିଥିବା ଦର୍ଶାଇଛନ୍ତି । କିନ୍ତୁ ଶ୍ରୀ ବେହେରାଙ୍କ ଦାବିର ସତ୍ୟତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story