କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ନିୟମକୁ ଫୁ। ଖୋଲମଖୋଲା ଚାଲିଲା ବାର୍ଥଡେ ସେଲିବ୍ରେସନ। ବର୍ତ୍ତମାନ 4.0 କରୋନା କଟକଣା ଚାଲୁଥିବା ବେଳେ ଏହାକୁ ଫୁ କରିଦେଇଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବିଧାୟକ କିଶୋର ଚନ୍ଦ୍ର ନାଏକ। ଯାହାର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି। ଗତକାଲି ବିଧାୟକଙ୍କର ଜନ୍ମ ଦିନ ଥିବା ବେଳେ ସେ ଏକ ଜଙ୍ଗଲରେ କେକ କାଟି ସେଲିବ୍ରେସନ କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।
ଏହି ଉତ୍ସବରେ ୧୫ ରୁ ଅଧିକ ଲୋକ ଥିବାବେଳେ କାହାରି ମୁହଁରେ ମାକ୍ସ ନଥିବା ଏବଂ କେହି ସାମାଜିକ ଦୂରତା ରଖିନଥିବା ସ୍ପଷ୍ଟ ଦେଖା ଯାଉଛି।ବିଧାୟକ ଓ ଅନ୍ୟ କର୍ମୀ ମାନେ ଗାଁ ଗାଁ ବୁଲି କରୋନା ବାବଦରେ ସଚେତନ କରୁଥିବା ବେଳେ ନିଜ କ୍ଷେତ୍ରରେ କିନ୍ତୁ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି। ଜଣେ ଶାସକ ଦଳର ବିଧାୟକ ହୋଇ ଏଭଳି ଖୋଲମଖୋଲା ଜନ୍ମଦିନ ସେଲିବ୍ରେସନ କରିବା ସାଧାରଣରେ ନାପସନ୍ଦ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।