ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜି ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା । କରୋନାର ଦ୍ୱିତୀୟ ଲହର ଯୋଗୁ ମଇ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ ଆଜି ଭିତରକନିକା ଖୋଲାଯାଇଛି।
ତେବେ ଦିନ ବେଳା ପର୍ଯ୍ୟଟକ ମାନେ ଯାଇ ଭିତରକନିକା ବୁଲିପାରିବେ। ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିନି । ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତି ନିଆଯିବ ବୋଲି ଜଣାଯାଇଛି। ।
ଏ ନେଇ ଭିତରକନି କର୍ତ୍ତୃପକ୍ଷ କହିଛନ୍ତି, ଦୀର୍ଘ ଦିନ ବନ୍ଦ ରହିବା ପରେ କରୋନା ଗାଇଡଲାଇନ୍ କୋହଳ ହେବା ପରେ ଆଜିଠୁ ଭିତରକନିକା ଖୋଲାଯାଇଛି। କୋଭିଡ ଗାଇଡଲାଇନ୍ ପାଳନ କରି ଥର୍ମାଲ ସ୍କ୍ରିନିଂ କରାଯାଇ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବ । ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ଅପରପକ୍ଷେ ବନ ବିଭାଗ ଅଧିକାରୀ କହିଛନ୍ତି, ପୂର୍ବରୁ ୫୦ % ଯାତ୍ରୀଙ୍କ ପ୍ରବେଶ ପାଇଁ ଗାଇଡଲାଇନ୍ ଥିବା ବେଳେ ଏବେ ସେପରି କୌଣସି ନିର୍ଦ୍ଦେଶନାମା ପାଇନୁ। ତେଣୁ ବୋଟ କ୍ଷମତା ଅନୁଯାୟୀ ପର୍ଯ୍ୟଟକ ବୁଲିବାକୁ ଯାଇପାରିବେ। କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ି ଭାବେ ପାଳନ କରାଯିବ । ଜ୍ୱର, କାଶ, ଥଣ୍ଡା ହୋଇଥିଲେ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ। । ଦିନ ଭିତରେ ଯାତ୍ରୀ ଯିବା ଆସିବା କରିବେ। ରାତି ପାଇଁ କିଛି ଗାଇଡ଼ଲାଇନ୍ ଆସି ନ ଥିବାରୁ ରାତ୍ରୀରେ ପର୍ଯ୍ୟଟକ ଯାଇପାରିବେ ନାହିଁ। କୋଭିଡ ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।