ବିଜେବି କଲେଜରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର: ବିଜେବି କଲେଜରେ ଆଜି ପୁଣି ଛାତ୍ର ଅଶାନ୍ତି ଦେଖାଯାଇଥିଲା। ହଷ୍ଟେଲ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ଼ ଅଭିଯୋଗରେ କ୍ୟାମ୍ପସରେ ଉତ୍ତେଜନା ଦେଖାଯାଇଥିଲା। କଲେଜ ହଷ୍ଟେଲ ରହୁଥିବା ଛାତ୍ରଙ୍କ ସହ ଅଣଛାତ୍ରଙ୍କର କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ହଷ୍ଟେଲ ଛାତ୍ରମାନେ କ୍ୟାମ୍ପସରେ ଲାଠି ଓ ଲୁହା ରଡ଼ ଧରି ପ୍ରତିବାଦ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ୍ ମୁତୟନ କରାଯାଇଛି। ଏହି ଘଟଣା ପରେ […]

bjp-college

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 10:57 PM IST

ଭୁବନେଶ୍ୱର: ବିଜେବି କଲେଜରେ ଆଜି ପୁଣି ଛାତ୍ର ଅଶାନ୍ତି ଦେଖାଯାଇଥିଲା। ହଷ୍ଟେଲ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ଼ ଅଭିଯୋଗରେ କ୍ୟାମ୍ପସରେ ଉତ୍ତେଜନା ଦେଖାଯାଇଥିଲା। କଲେଜ ହଷ୍ଟେଲ ରହୁଥିବା ଛାତ୍ରଙ୍କ ସହ ଅଣଛାତ୍ରଙ୍କର କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ହଷ୍ଟେଲ ଛାତ୍ରମାନେ କ୍ୟାମ୍ପସରେ ଲାଠି ଓ ଲୁହା ରଡ଼ ଧରି ପ୍ରତିବାଦ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ୍ ମୁତୟନ କରାଯାଇଛି। ଏହି ଘଟଣା ପରେ କଲେଜରେ  ସବୁ କ୍ଲାସ ବାତିଲ କରାଯାଇଥିଲା।

 

Related story