ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ ନେଇ ବିଜେବି କଲେଜରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର: ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ ନେଇ ଭୁବନେଶ୍ୱରର ବିଜେବି କଲେଜ ଛାତ୍ରଛାତ୍ରୀମାନେ ଆଜି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ। ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଅଭିଯୋଗ ହୋଇଥିଲା। କଲେଜର ସେକ୍ସ୍ୟୁଆଲ ହାରାସମେଣ୍ଟ୍‌ କମିଟିର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୋଲିସ୍‌ ସଂପୃକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଜେବି […]

bjb-attacked

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 10:45 PM IST

ଭୁବନେଶ୍ୱର: ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ ନେଇ ଭୁବନେଶ୍ୱରର ବିଜେବି କଲେଜ ଛାତ୍ରଛାତ୍ରୀମାନେ ଆଜି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ। ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଅଭିଯୋଗ ହୋଇଥିଲା। କଲେଜର ସେକ୍ସ୍ୟୁଆଲ ହାରାସମେଣ୍ଟ୍‌ କମିଟିର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୋଲିସ୍‌ ସଂପୃକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବିଜେବି କଲେଜ ଅଧ୍ୟକ୍ଷ ମହମ୍ମଦ ନୱାଜ୍‌ ହୁସେନ୍ କହିଛନ୍ତି,“ଆମ କଲେଜରେ ଜଣେ ଛାତ୍ର  ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଅଭଦ୍ର ଭାଷାରେ ଗାଳିଦେଇଥିବା ଅଭିଯୋଗ ହୋଇଛି। କଲେଜର ସେକ୍ସ୍ୟୁଆଲ ହାରାସମେଣ୍ଟ୍‌ କମିଟିର ମେମ୍ବରମାନଙ୍କୁ ଆଜି ଡକାଯାଇଥିଲା। ସେମାନଙ୍କର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ।”

Related story