ବିଜେବି ସ୍ୱୟଂ ଶାସିତ କଲେଜର ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ; ନୀଳିମା ବେଷ୍ଟ୍ ଗ୍ରାଜୁଏଟ୍

ଭୁବନେଶ୍ୱର: ପ୍ରକାଶ ପାଇଛି ବିଜେବି ସ୍ୱୟଂ ଶାସିତ କଲେଜର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ଫଳ।  ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ନୀଳିମା ମହାପାତ୍ର ସମ୍ମାନରେ ୭୦୯ ନମ୍ବର ସହିତ ମୋଟରେ ୧୫୪୨ ନମ୍ବର ରଖି ବେଷ୍ଟ୍ ଗ୍ରାଜୁଏଟ୍ ହୋଇଛନ୍ତି। ସେହିପରି କଳାରେ ମନସ୍ତତ୍ତ୍ୱ ବିଜ୍ଞାନ ଛାତ୍ରୀ କୁମକୁମ୍ ପଟ୍ଟନାୟକ ୧୪୧୦ ମାର୍କ ରଖି ଟପର୍ ହୋଇଥିବା ବେଳେ ବାଣିଜ୍ୟରେ ଟପର୍ ହୋଇଛନ୍ତି ଆକାଉଣ୍ଟିଂ ଛାତ୍ରୀ ମେଧା ତିବ୍ରେୱାଲ୍। ସେ ୧୪୨୭ ନମ୍ବର ରଖି ବାଣିଜ୍ୟରେ […]

bjb college

bjb college

Rakesh Mallick
  • Published: Sunday, 24 May 2015
  • Updated: 24 May 2015, 04:02 AM IST

Sports

Latest News

ଭୁବନେଶ୍ୱର: ପ୍ରକାଶ ପାଇଛି ବିଜେବି ସ୍ୱୟଂ ଶାସିତ କଲେଜର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ଫଳ।  ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ନୀଳିମା ମହାପାତ୍ର ସମ୍ମାନରେ ୭୦୯ ନମ୍ବର ସହିତ ମୋଟରେ ୧୫୪୨ ନମ୍ବର ରଖି ବେଷ୍ଟ୍ ଗ୍ରାଜୁଏଟ୍ ହୋଇଛନ୍ତି। ସେହିପରି କଳାରେ ମନସ୍ତତ୍ତ୍ୱ ବିଜ୍ଞାନ ଛାତ୍ରୀ କୁମକୁମ୍ ପଟ୍ଟନାୟକ ୧୪୧୦ ମାର୍କ ରଖି ଟପର୍ ହୋଇଥିବା ବେଳେ ବାଣିଜ୍ୟରେ ଟପର୍ ହୋଇଛନ୍ତି ଆକାଉଣ୍ଟିଂ ଛାତ୍ରୀ ମେଧା ତିବ୍ରେୱାଲ୍। ସେ ୧୪୨୭ ନମ୍ବର ରଖି ବାଣିଜ୍ୟରେ ଟପର୍ ହୋଇଛନ୍ତି। ବିଜ୍ଞାନ, କଳା ଓ ବାଣିଜ୍ୟର ମୋଟ ୨୪ଟି ବିଭାଗ ମଧ୍ୟରୁ ଚଳିତ ବର୍ଷ ୨୩ଟିରେ ଛାତ୍ରୀମାନେ ଟପର୍ ହୋଇଛନ୍ତି। ଚଳିତ ବର୍ଷ ମୋଟ ପାସ୍ ହାର ୮୭.୯୨% ରହିଛି। ପରୀକ୍ଷା ଦେଇଥିବା ୯୫୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୩୭ ଜଣ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ପାସ୍ ହାର ୮୬% ରହିଥିବା ବେଳେ ବିଜ୍ଞାନରେ ୮୭.୮% ଓ ବାଣିଜ୍ୟରେ ୯୧.୬% ରହିଥିଲା। କଳାରେ ୨୨୧ ଜଣ ପ୍ରଥମ ଡିଷ୍ଟିଂସନ୍ ସହ ପ୍ରଥମ ଶ୍ରେଣୀ ପାଇଥିବା ବେଳେ ୪୩ ଜଣ କେବଳ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୧୨୫ ଜଣ ଡିଷ୍ଟିଂସନ୍ ସହିତ ପ୍ରଥମ ଶ୍ରେଣୀ ପାଇଥିବା ବେଳେ ୩୪ ଜଣ କେବଳ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ବାଣିଜ୍ୟରେ ୧୭୨ ଜଣ ପ୍ରଥମ ଶ୍ରେଣୀରେ ଡିଷ୍ଟିଂସନ୍ ସହିତ ପାସ କରିଥିବା ବେଳେ ୧୧ ଜଣ କେବଳ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos