ଶେଷ ପର୍ଯ୍ୟାୟରେ ବଳିଗଲା ବିଜେଡିର ଗୁଣ୍ଡାରାଜ୍‌, ଏକାଧିକ ବୁଥ୍‌ ରିଗିଂ, ଭୋଟରଙ୍କୁ ମାଡ଼, ଧମକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭ୍ରାଟ ଆଉ ବିବାଦ ଭିତରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ନିର୍ବାନରେ ମାରପିଟ୍, ବୁଥ୍ ରିଗିଂ ଓ ଭୋଟରଙ୍କୁ ପ୍ରଲୋଭନ ନ ହେଲେ ଧମକର ପୁଳା ପୁଳା ଅଭିଯୋଗ ଆସିଛି। ଖାସ୍ କରି ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ପୋଲିଂ ଏଜେଣ୍ଟଙ୍କୁ ମାଡ଼, ବୁଥ୍ ରିଗିଙ୍ଗ ସାଙ୍ଗକୁ  ଭୋଟରଙ୍କୁ ଖୋଲା ଧମକ ଅଭିଯୋଗ ଆସିଛି। ମାହାଙ୍ଗା ନିର୍ବାଚନମଣ୍ଡଳୀର ସୁକରପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବୁଥ୍ ପରିଦର୍ଶନରେ ଯାଇଥିବା […]

bjd

bjd

Jitendra Garnayak
  • Published: Monday, 29 April 2019
  • Updated: 29 April 2019, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭ୍ରାଟ ଆଉ ବିବାଦ ଭିତରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ନିର୍ବାନରେ ମାରପିଟ୍, ବୁଥ୍ ରିଗିଂ ଓ ଭୋଟରଙ୍କୁ ପ୍ରଲୋଭନ ନ ହେଲେ ଧମକର ପୁଳା ପୁଳା ଅଭିଯୋଗ ଆସିଛି। ଖାସ୍ କରି ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ପୋଲିଂ ଏଜେଣ୍ଟଙ୍କୁ ମାଡ଼, ବୁଥ୍ ରିଗିଙ୍ଗ ସାଙ୍ଗକୁ  ଭୋଟରଙ୍କୁ ଖୋଲା ଧମକ ଅଭିଯୋଗ ଆସିଛି।

ମାହାଙ୍ଗା ନିର୍ବାଚନମଣ୍ଡଳୀର ସୁକରପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାସହ ଠେଲାପେଲା କରିବା ସହ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ସେହିପରି ସାଲେପୁର ବରଦିଆ ୧୦୨ ନମ୍ବର ବୁଥରେ ବିଜେଡି କର୍ମୀ, ଶଙ୍ଖ ଚିହ୍ନରେ ଭୋଟ୍ ଦେବା ଲାଗି ମତଦାତାଙ୍କୁ ପ୍ରବର୍ତ୍ତାଇବା ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି।

ନିଆଳି ନିର୍ବାଚନ ମଣ୍ଡଳୀର କସର୍ଦା ପତ୍ରକଣା ବୁଥ୍‌ରେ ବିଜେଡି ଓ ବିଜେପି ଏଜେଣ୍ଟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ବିଜେପି ଏଜେଣ୍ଟ ଆହତ ହୋଇଛନ୍ତି।

ଭୋଗରାଇ ନିର୍ବାଚନ ମଣ୍ଡଳୀ ହୁଗୁଳିର ୨୪୭ ନମ୍ବର ବୁଥରେ ମଧ୍ୟ  ବିଜେପି ଏଜେଣ୍ଟଙ୍କୁ ବିଜେଡି ଏଜେଣ୍ଟ ମାଡ଼ ମାରିଥିବା ଅଭିଯୋଗ ଆସିଛି। ଯାଜପୁର ଧର୍ମଶାଳା ବ୍ଲକ ଚହଟା ପହଞ୍ଚାୟତର ୧୭୩ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଜଗବନ୍ଧୁ ସେଠୀଙ୍କୁ ଆକ୍ରମଣ କରାଯାଇଛି।

ସେହିପରି ବସ୍ତାରେ ମଧ୍ୟ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବିଜେପି କର୍ମୀଙ୍କ ହାତ ଭାଙ୍ଗିଛି। ଧାମନଗର ନିର୍ବାଚନମଣ୍ଡଳୀର ୧୯ ନମ୍ବର ବୁଥ୍‌ରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଭଦ୍ରକ ବାସୁଦେବପୁରର ନିର୍ବାଚନ ମଣ୍ଡଳୀର ୮୬ ନମ୍ବର ବୁଥରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବିଜେଡି କର୍ମୀ ଭୋଟରଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ ଆସିଛି। କଂଗ୍ରେସ କର୍ମୀ ଏହାର ପ୍ରତିବାଦ କରିବାରୁ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଅନ୍ୟପକ୍ଷରେ ମୟୂରଭଞ୍ଜ ମୋରଡ଼ାରେ ବିଜେଡି ଚିହ୍ନ ଥିବା ଗାଡ଼ି ବୁଥ୍ ନିକଟରେ ବୁଲିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି।

କେବଳ ହିଂସାକାଣ୍ଡ ନୁହେଁ ଶାସକ ଦଳ ବିରୋଧରେ ବୁଥ୍ ରିଗିଂ ଅଭିଯୋଗ ବି ଆସିଛି। ରାଜନଗର ଔପଦା ପଞ୍ଚାୟତର କୋରିଆପଲ୍ଲୀ ବୁଥରେ ଜଣେ ବ୍ୟକ୍ତି ବୁଥରେ ପଶି ଏକାଧିକ ଭୋଟ୍ ଦେଇଥିବା ଭିଡିଓ ହସ୍ତଗତ ହୋଇଛି। ସେହିପରି ଆଳିର ସିଙ୍ଗିର ବଜାର ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥରେ ମଧ୍ୟ ଜଣେ ବ୍ୟକ୍ତି ଏକାଧିକ ଭୋଟ ଦେଇଥିବା ଭିଡିଓ ଭାଇରାଲ ହୋଇଛି।  ଯାଜପୁର ବରୀରୁ ମଧ୍ୟ ବୁଥ ରିଗିଙ୍ଗ ଅଭିଯୋଗ ଆସିଛି। ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ସହ ରିପୋଲିଂ ଦାବି କରିଛି।

ଏଣେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଯାଜପୁର ବିଞ୍ଝାରପୁର ୧୯୧ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ବୈକୁଣ୍ଠନାଥ ମଲ୍ଲିକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିବା ସହ ତାଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବିଞ୍ଝାରପୁର ୧୩୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଧୀରେନ୍ଦ୍ର ତ୍ରିପାଠୀଙ୍କୁ ବି ନିଲମ୍ବନ କରାଯାଇଛି।  ସୁକିନ୍ଦାର ୧୯୬ ନମ୍ବର ବୁଥର ଚତୁର୍ଥ ପୋଲିଂ ଅଫିସର ଜନାର୍ଦ୍ଦନ ପୃଷ୍ଟି ମଧ୍ୟ ସମାନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ୧୬୯ ନମ୍ବର ବୁଥରେ ଜଣେ ବିଜେଡି ନେତ୍ରୀ, ମହିଳା ଭୋଟରଙ୍କୁ ଖୋଲା ଧମକ ଦେଉଥିବା ଭିଡିଓ  ଭାଇରାଲ ହୋଇଛି।  “ଯାହାର ଖାଇଛ ତାକୁ ଭୋଟ ଦେବ, ବେଇମାନି କଲେ ତମର ସବୁ ଲୋନ୍ କାଟି ଦେବି” ବୋଲି ନେତ୍ରୀ ଜଣଙ୍କ ଭୋଟରଙ୍କୁ ଚେତାବନୀ ଦେଉଥିବା ଦୃଶ୍ୟ ଭିଡିଓରେ କଏଦ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos