ପୁଣି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ: ‘ଓଟିଭି’ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଟିଭି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଉଲ୍ଲଙ୍ଘନ କରୁଛି। ତେଣୁ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ କରିଛି। […]

b-11

b-11

Tapas Behera
  • Published: Wednesday, 10 April 2019
  • Updated: 10 April 2019, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଟିଭି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଉଲ୍ଲଙ୍ଘନ କରୁଛି। ତେଣୁ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି।

ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ କରିଛି। କହିଛି , ଆଜି ଓଟିଭିରେ ଏଭଳି କୌଣସି କାର୍ଯ୍ୟକ୍ରମର ଆଦୌ ସିଧା ପ୍ରସାରଣ କରାଯାଇନାହିଁ। ଓଟିଭି ବିରୋଧରେ ବିଜେଡିର ଏଭଳି ଆକ୍ରୋଶ ନୂଆ ନୁହେଁ।

ପୂର୍ବରୁ ଅନେକ ଥର ଏଭଳି ଆକ୍ରୋଶ ରଖି ଦଳ ଓଟିଭିର ପ୍ୟାନେଲ ଡିସ୍‌କସନ କାର୍ଯ୍ୟକ୍ରମକୁ ମଧ୍ୟ ବର୍ଜନ କରିବା ସହ ଖବର ସଂଗ୍ରହ ଲାଗି ନବୀନ ନିବାସ ପ୍ରବେଶ ଉପରେ ବି କଟକଣା ଲଗାଇଛି। ଏହା ସହ ଚ୍ୟାନେଲର କଣ୍ଠରୋଧ କରିବାକୁ ଦଳ ଉଦ୍ୟମ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos