ବ୍ରଜରାଜନଗର ଉପନିର୍ବାଚନ କାଉଣ୍ଟିଂ : ଆଗରେ ଅଳକା

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ରାଜ୍ୟର ହଟ୍ ସିଟ୍‌ ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଉଣ୍ଟିଂ ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ଏହି ସିଟ୍‌ ପାଇଁ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଚାଲିଥିବା ବେଳେ ନିଜ ୨ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି  ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ବିଜେଡିର ଅଳକା ମହାନ୍ତିଙ୍କୁ ପ୍ରଥମ ରାଉଣ୍ଡ କାଉଣ୍ଟିଂ ସୁଦ୍ଧା ୪୭୩୩ […]

counting

counting

Niharika Rout
  • Published: Friday, 03 June 2022
  • Updated: 03 June 2022, 09:24 AM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ରାଜ୍ୟର ହଟ୍ ସିଟ୍‌ ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଉଣ୍ଟିଂ ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ଏହି ସିଟ୍‌ ପାଇଁ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଚାଲିଥିବା ବେଳେ ନିଜ ୨ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି  ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି।

ବିଜେଡିର ଅଳକା ମହାନ୍ତିଙ୍କୁ ପ୍ରଥମ ରାଉଣ୍ଡ କାଉଣ୍ଟିଂ ସୁଦ୍ଧା ୪୭୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧୪୪ ଓ  କଂଗ୍ରେସର କିଶୋର ପଟେଲଙ୍କୁ ମିଳିଛି ୧୦୧୪ ଭୋଟ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ  ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଣତି କେନ୍ଦ୍ର ହୋଇଥିବା ବେଳେ ମୋଟ୍ ୧୪ଟି ଟେବୁଲରେ ୨୦ଟି ରାଉଣ୍ଡରେ ଗଣତି ହେଉଛି । ପ୍ରତି ଗଣତି କେନ୍ଦ୍ରରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ଗଣତି ପାଇ ମୋଟ୍ଁ ୬୦ ଜଣଙ୍କୁ ନିଯୁକ୍ତ କରାଯାଇଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ବକ୍ସରେ ସିଲ୍‌ ହୋଇଥିବା ବେଳେ ମୁଖ୍ୟତଃ ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ତେବା ରାଧାରାଣୀ ଓ କିଶୋରଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ଅଳକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos