ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ତାତି ବଢ଼ୁଥିବା ବେଳେ ଆସନ୍ତାକାଲି ବିଜେଡି ପାଳନ କରୁଛି ତା’ର ଉନବିଂଶ ପ୍ରତିଷ୍ଠାନ ଦିବସ। ତେବେ ବିଭିନ୍ନ ବିବାଦକୁ ନେଇ ଦଳ ଏବେ ବ୍ୟାକ୍‌ଫୁଟ୍‌ରେ ରହିଥିବା ବେଳେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଦଳୀୟ ନେତା ଓ କର୍ମୀ ଚାହିଁ ବସିଛନ୍ତି। ଆସନ୍ତାକାଲି ବିଜେଡିକୁ ୧୮ ବର୍ଷ ପୁରି ଚାଲିବ ୧୯। ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଜେଡି ଦଳୀୟ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ରାଜଧାନୀର ରାଜରାସ୍ତାରେ […]

bjd

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 08:31 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ତାତି ବଢ଼ୁଥିବା ବେଳେ ଆସନ୍ତାକାଲି ବିଜେଡି ପାଳନ କରୁଛି ତା’ର ଉନବିଂଶ ପ୍ରତିଷ୍ଠାନ ଦିବସ। ତେବେ ବିଭିନ୍ନ ବିବାଦକୁ ନେଇ ଦଳ ଏବେ ବ୍ୟାକ୍‌ଫୁଟ୍‌ରେ ରହିଥିବା ବେଳେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଦଳୀୟ ନେତା ଓ କର୍ମୀ ଚାହିଁ ବସିଛନ୍ତି।

ଆସନ୍ତାକାଲି ବିଜେଡିକୁ ୧୮ ବର୍ଷ ପୁରି ଚାଲିବ ୧୯। ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଜେଡି ଦଳୀୟ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ରାଜଧାନୀର ରାଜରାସ୍ତାରେ ପୋଷ୍ଟର ଓ ବ୍ୟାନର ଭର୍ତ୍ତି ହୋଇଗଲାଣି। ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥର ପ୍ରତିଷ୍ଠା ଦିବସକୁ ନିର୍ବାଚନମଣ୍ଡଳୀରେ ପାଳିବାକୁ ସ୍ଥିର ହୋଇଛି। ଦଳ ଗଠନ ହେବା ଦିନଠୁ ବିଜେଡି ଗୋଟିଏ ପରେ ଗୋଟିଏ ସଫଳତା ପାଇଥିବା ବେଳେ ନବୀନଙ୍କ ଚତୁର୍ଥ ପାଳିରେ ସବୁଠୁ ଅଧିକ ବିବାଦ ସମ୍ନାକୁ ଆସିଛି। ଚିଟ୍‌ଫଣ୍ଡ କେଳେଙ୍କାରୀରେ ଦଳୀୟ ନେତାଙ୍କ ସମ୍ପୃକ୍ତି, ମନ୍ତ୍ରୀଙ୍କ ସହ ମୋତିଲାଲ ଗୌଡ଼ଙ୍କ ଲିଙ୍କ୍‌, ନଗଡ଼ାର ନଗ୍ନଚିତ୍ର, ଗୁମୁଡୁମାହା ଗୁଳିକାଣ୍ଡ, ଦାନ ମାଝି ସ୍ତ୍ରୀ ଶବ ବୋହିବା ଘଟଣା, ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ, କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା, ସମ୍‌ ଅଗ୍ନିକାଣ୍ଡ, ଭୁବନେଶ୍ୱର ମେୟରଙ୍କ ସେକ୍ସ ସିଡି ଅଭିଯୋଗ ଦଳ ଓ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଏହାଛଡ଼ା ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱ ଓ ନେତାଙ୍କ ବିବାଦୀୟ ବୟାନବାଜି ବିଜେଡି ପାଇଁ ଅଡୁଆ ସୃଷ୍ଟି କରୁଛି। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଉପରେ ସମସ୍ତଙ୍କର ନଜର ରହିଛି।

ବିଜେଡି ମୁଖପାତ୍ର ପ୍ରଦାପ ଦେବ କହିଛନ୍ତି,“କୌଣସି ସମୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସେଥିପାଇଁ ଦଳୀୟ କାର୍ଯ୍ୟକ୍ରମକୁ ବଡ଼ ଆକାରରେ କରିବା ସମ୍ଭବ ହେବନି। ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମର ବାର୍ତ୍ତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ।”

Related story