ଦଳୀୟ ନେତ୍ରୀଙ୍କୁ ବି ଛାଡ଼ିଲାନି, ଛାୟା ସୋଶାଲ ମିଡିଆ ଆକାଉଣ୍ଟରେ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋସିଆଲ ମିଡିଆରେ ଅନେକ ଆକାଉଣ୍ଟ ଖୋଲି ବିଜେଡି ସପକ୍ଷରେ ପ୍ରଚାର ଓ ବିରୋଧୀଙ୍କୁ କଟାକ୍ଷ କରୁଥିବା ବିଜେଡିର ପ୍ରକ୍ସି ଟିମ୍ ଏବେ ନିଜ ଦଳୀୟ ନେତ୍ରୀଙ୍କ ପଛରେ ପଡ଼ିଯାଇଛି। ଖୋଲାଖୋଲି ଭାବେ ଦଳର ନେତ୍ରୀ ତଥା ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କୁ ବିଜେଡିର ପ୍ରକ୍ସି ଆକାଉଣ୍ଟରୁ କଟୂ ସମାଲୋଚନା କରାଯାଇଛି। ସୂଚନା ଅନୁସାରେ, ରାଜଧାନୀର ପଳାସପଲ୍ଲୀ ଅଂଚଳରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଯୁବତୀମାନଙ୍କୁ […]

bjd-in-odisha

bjd-in-odisha

Manoranjan Sial
  • Published: Tuesday, 26 January 2021
  • Updated: 26 January 2021, 10:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋସିଆଲ ମିଡିଆରେ ଅନେକ ଆକାଉଣ୍ଟ ଖୋଲି ବିଜେଡି ସପକ୍ଷରେ ପ୍ରଚାର ଓ ବିରୋଧୀଙ୍କୁ କଟାକ୍ଷ କରୁଥିବା ବିଜେଡିର ପ୍ରକ୍ସି ଟିମ୍ ଏବେ ନିଜ ଦଳୀୟ ନେତ୍ରୀଙ୍କ ପଛରେ ପଡ଼ିଯାଇଛି। ଖୋଲାଖୋଲି ଭାବେ ଦଳର ନେତ୍ରୀ ତଥା ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କୁ ବିଜେଡିର ପ୍ରକ୍ସି ଆକାଉଣ୍ଟରୁ କଟୂ ସମାଲୋଚନା କରାଯାଇଛି।

ସୂଚନା ଅନୁସାରେ, ରାଜଧାନୀର ପଳାସପଲ୍ଲୀ ଅଂଚଳରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଯୁବତୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଖବର ଉପରେ ଗଣମାଧ୍ୟମ ଆଗରେ ଭିନ୍ନକ୍ଷମ କମିଶନର ଶ୍ରୀମତୀ ଦାସ ପ୍ରତିକ୍ରିୟା ଦେବାକୁ ବିଜେଡି ସହଜରେ ହଜମ କରିପାରିନି। ମହାସଂଘ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଅଭିଯୋଗକୁ କମିଶନ ନିଜଆଡ଼ୁ ଗ୍ରହଣ କରି ଏହାର ତଦନ୍ତ କରାଯିବ ବୋଲି ଗଣମାଧ୍ୟମରେ କହିବା ସହ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବାରୁ ବିଜେଡିର ଗୋଟିଏ ଗୋଷ୍ଠୀ ଏବେ ପ୍ରତିହିଂସାପରାୟଣ ହୋଇପଡ଼ିଛି।

ଫେସବୁକରେ ପ୍ରାୟ ୧.୨୦ଲକ୍ଷ ଫଲୋଅର୍ ଥିବା ‘ଦିଲ୍ ସେ ନବୀନ’ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ଭିନ୍ନକ୍ଷମ କମିଶନର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ କଟୂ ସମାଲୋଚନା କରାଯାଇଛି। ବିଜେଡି ସମର୍ଥିତ ଏହି ପ୍ରକ୍ସି ଫେସବୁକ ଆକାଉଣ୍ଟରେ ପୋଷ୍ଟ ହୋଇଥିବା କଟାକ୍ଷରେ ଶ୍ରୀମତୀ ଦାସଙ୍କୁ ମିଥ୍ୟାବାଦୀ ବୋଲି ଦର୍ଶାଇବାକୁ ପ୍ରୟାସ ହୋଇଛି। “ଏକ କିମ୍ଭୁତକିମାକାର ନ୍ୟୁଜ୍ ତିଆରି କରେଇଲେ ଯେ, ଦିବ୍ୟାଙ୍ଗଙ୍କ ଉପରେ ଅସଦାଚରଣ ହୋଇଛି, ଯଦିଓ ମାର୍ଚ୍ଚ ମାସରୁ ହଷ୍ଟେଲ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଯଦି ଅନ୍ୟ କିଛି ଅପରାଧ ହୋଇଛି ତେବେ ପୁଲିସ ତଦନ୍ତ କରିବା କଥା। ୟେ କହିଲେ ମୁଁ ତଦନ୍ତ କରିବି। ମନ୍ତ୍ରୀଙ୍କଠାରୁ ଭିନ୍ନକ୍ଷମ ବିଭାଗକୁ କେମିତି ସଚିବାଳୟରୁ ଆଣିବେ ସେ ଚକ୍କରରେ ରହିଲେ ଏ ମହିଳା। ମ୍ୟାଡାମ୍ , ବିଜେଡିକୁ ଆସି ଆପଣ ଯଥେଷ୍ଟ ପାଇଲେ। ଆଉ ସରକାରକୁ ବଦନାମ କରନ୍ତୁ ନାହିଁ।”

ଦଳୀୟ ନେତ୍ରୀଙ୍କ ବିରୁଦ୍ଧରେ ଏହି ପୋଷ୍ଟ କାହା ଇସାରାରେ ହୋଇଛି ନା ସମ୍ପୃକ୍ତ ପ୍ରକ୍ସି ଆକାଉଣ୍ଟ ପରିଚାଳନା କରୁଥିବା ବ୍ୟକ୍ତିଜଣକ କିଛି ଚାନ୍ଦା ପାଇବା ଲାଳସାରେ ଏପରି କରିଛନ୍ତି, ତାହା ଜଣାପଡ଼ିନି। ଦଳୀୟ ନେତ୍ରୀଙ୍କୁ ଦଳ ଅବା ସରକାରର କାର୍ଯ୍ୟଶୈଳୀ ପ୍ରତି ସଚେତନ କରାଇବାର ଅଧିକାର ବିଜେଡିର ଅଛି। ମାତ୍ର ସେଭଳି ନକରି ନିଜର ଜଣେ ନେତ୍ରୀଙ୍କୁ ଏଭଳି ପ୍ରକ୍ସି ଆକାଉଣ୍ଟ ମାଧ୍ୟମରେ ସର୍ବସାଧାରଣରେ ନିନ୍ଦିତ ଓ ଲଜ୍ଜିତ କରାଇବା ପଛରେ କ’ଣ ରହସ୍ୟ ରହିଛି ତାହା ବୁଝାପଡ଼ୁନି।

ବିଜେଡି ସୂତ୍ର ଅନୁସାରେ, ବିଜେଡି ନାଁରେ ବଜାରରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିବା ଜଣେ ଆତ୍ମଘୋଷିତ ସେଲିବ୍ରେଟି ସାମ୍ବାଦିକ କୁଆଡ଼େ ଏହି ଫେସବୁକ ଆକାଉଣ୍ଟ( ଦିଲ୍ ସେ ନବୀନ)କୁ ପରିଚାଳନା କରୁଛନ୍ତି। ବିଜେଡି ନାଁ ନେଇ ବିଭିନ୍ନ ସଂସ୍ଥାକୁ କଟାକ୍ଷ ଓ ଅପପ୍ରଚାର କରାଇବା କୁଆଡ଼େ ତାଙ୍କର ନିତିଦିନିଆ କାମ। ତାଙ୍କର ଏଭଳି ବ୍ଲାକମେଲିଂ କରିବାର ଅଭ୍ୟାସ ଓ ଗତିବିଧି ଜାଣିବା ପରେ ଅଧିକାଂଶ ବିଜେଡି ନେତା କୁଆଡ଼େ ତାଙ୍କୁ ଘୃଣା କରିବା ସହ ଆଉ ପାଖରେ ପୁରାଉ ନାହାନ୍ତି । ଆଉ ନିଜର ଦୋକାନ ଚାଲୁ ରଖିବା ନିମନ୍ତେ ସେ ଏପରି ଅପପ୍ରଚାର ଚଳାଇ ରଖିଛନ୍ତି । ଆଉ ସୋସିଆଲ ମିଡିଆରେ ସେ ଉପଯୋଗ କରୁଥିବା ଶବ୍ଦ ହିଁ ତାଙ୍କର ଶିକ୍ଷା ଓ ସଂସ୍କାରକୁ ପଦାରେ ପକାଇଛି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story