ସାଲେପୁର ବିଜେଡି ଦୁଇଫାଳ: ଦୁଇଥର ହେଲା ପେଟ୍ରୋଲ୍ ବିରୋଧୀ ସଭା

କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡି ଦୁଇଭାଗ। କିଛିଦିନ ଆଗରୁ ବାହାରକୁ ଦିଶୁଥିଲା, ସବୁ ଠିକ୍‌ଠାକ୍ ଥିଲାପରି। କିନ୍ତୁ ଏବେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ବିଜେଡି କର୍ମୀ ବି ଦୁଇପଟରୁ ମାଲାମାଲ୍ ହେଉଛନ୍ତି। ସ୍ଥିତି ପୂରା ବିଚିତ୍ର। ନିକଟରେ ଏହାର ଆଉଏକ ଉଦାହରଣ ପଦାକୁ ଆସିଛି। ସାଲେପୁର (ମନୋଜ ଆଚାର୍ଯ୍ୟ): ସମାନ ଜାଗା, ସମାନ ଟେଣ୍ଟ, ସମାନ ପତାକା, ସମାନ ନାରାବାଜି। ହେଲେ ଆନ୍ଦୋଳନକାରୀ ଥିଲେ ଅଲଗା। କଥାଟା ଶୁଣି ଟିକିଏ […]

Salepur

Salepur

Ordigital Desk
  • Published: Wednesday, 30 May 2018
  • Updated: 30 May 2018, 09:21 PM IST

କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡି ଦୁଇଭାଗ। କିଛିଦିନ ଆଗରୁ ବାହାରକୁ ଦିଶୁଥିଲା, ସବୁ ଠିକ୍‌ଠାକ୍ ଥିଲାପରି। କିନ୍ତୁ ଏବେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ବିଜେଡି କର୍ମୀ ବି ଦୁଇପଟରୁ ମାଲାମାଲ୍ ହେଉଛନ୍ତି। ସ୍ଥିତି ପୂରା ବିଚିତ୍ର। ନିକଟରେ ଏହାର ଆଉଏକ ଉଦାହରଣ ପଦାକୁ ଆସିଛି।

ସାଲେପୁର (ମନୋଜ ଆଚାର୍ଯ୍ୟ): ସମାନ ଜାଗା, ସମାନ ଟେଣ୍ଟ, ସମାନ ପତାକା, ସମାନ ନାରାବାଜି। ହେଲେ ଆନ୍ଦୋଳନକାରୀ ଥିଲେ ଅଲଗା। କଥାଟା ଶୁଣି ଟିକିଏ ଦ୍ବନ୍ଦ୍ବରେ ପଡୁଥିବେ। କିନ୍ତୁ ଏବେ ସାଲେପୁର ବିଜେଡିରେ ସ୍ଥିତି ଏମିତି। କର୍ମୀ ଓ ନେତା ଦୁଇଭାଗ। ସଭା ହେଲେ ଦୁଇଟି ହେଉଛି, ଆନ୍ଦୋଳନ ହେଲେ ବି ଦୁଇଥର ହେଉଛି। ସାଧାରଣ ଲୋକେ ବି ଦ୍ବନ୍ଦ୍ବରେ ପଡୁଛନ୍ତି। କିନ୍ତୁ ବିରୋଧୀ ଦଳିଆ ଏହା ଦେଖି ନଖ ଘସୁଛନ୍ତି। ପୂରା ଘଟଣାଟା ପଢ଼ନ୍ତୁ।

ନିକଟରେ ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବାଲାଏ ରାସ୍ତାକୁ ଓହ୍ଲାଇ ବିଜେପି ବିରୋଧରେ ନାରାବାଜି କରିଥିଲେ। ଏଥିରୁ ବି ବାଦ୍ ପଡ଼ି ନଥିଲା ସାଲେପୁର ନିର୍ବାଚନ ମଣ୍ଡଳୀ। କିନ୍ତୁ ଏଠି ଦେଖିବାକୁ ମିଳିଥିଲା ଡବଲ ଧମାକା। ଆପଣ ଭାବୁଥିବେ କେମିତି ଏହା ସମ୍ଭବ?

ପ୍ରଥମେ ଗତକାଲି, ଅର୍ଥାତ ୨୯ ତାରିଖରେ ବିଜେଡି ନେତା ପ୍ରଶାନ୍ତ ବେହେରା ସାଲେପୁର ବ୍ଲକ ଅଫିସ ଗେଟ୍ ସାମ୍ନାରେ ଏକ ବିରାଟ ଜନଜାଗରଣ ସମାବେଶ କଲେ। ବିଜେଡି କର୍ମୀ, ବିଜେଡି ପତାକା, କେନ୍ଦ୍ର ବିରୋଧୀ ନାରା, ସବୁକିଛି ଦେଖିବାକୁ ମିଳିଲା। ଲୋକେ ଭାବିଲେ, ବିଜେଡି ପ୍ରତିବାଦ ସରିଗଲା। କିନ୍ତୁ ତା ପରଦିନ ଅର୍ଥାତ ଆଜି, ୩୦ ତାରିଖରେ ପୁଣି ଗୋଟେ ବିଜେଡି ପ୍ରତିବାଦ ସମାବେଶ ହେଲା। ତା ପୁଣି ସେହି ଜାଗାରେ, ଆଉ ସେହି ଏକା ଟେଣ୍ଟ ତଳେ। ଏଠି ନେତା ଥିଲେ ବାବୁ ବିଶ୍ଵରଞ୍ଜନ ଖଟେଇ ଓରଫ ବାପି ଖଟେଇ। ସେ ହେଲେ ବିଜେଡିର ଏହି ଦ୍ବିତୀୟ ସମାବେଶର ଆୟୋଜକ। ତାଙ୍କ ପ୍ରତିବାଦ ସଭାରେ ବି ଗୁଡ଼ାଏ ବିଜେଡି କର୍ମୀ ଆସିଥିଲେ, ବିଜେଡି ପତାକା ଧରିଥିଲେ, କେନ୍ଦ୍ର ବିରୋଧୀ ନାରାବାଜି କରିଥିଲେ।

ଏଭଳି ଘଟଣା ପରେ ସାଧାରଣ ଲୋକେ ଜାଣିଗଲେ ଯେ, ସାଲେପୁର ବ୍ଲକ୍‌ରେ ବିଜେଡିରେ ଡବଲ ଧମାକା ଅଫର୍ ଚାଲିଛି। ତେଣୁ ଯାହା ହେବ, ଦୁଇ ଦୁଇଟି ହେବ। ଏଠି ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ପ୍ରଶାନ୍ତ ବେହେରାଙ୍କୁ ବିଧାୟକ ଲଡୁ ଦେଇଥିଲେ। ହେଲେ ପ୍ରଶାନ୍ତ ବାବୁ ଲଡୁ ଖାଇକି ବାନ୍ତି କରି ପକେଇଲେ। ଫଳରେ କଂଗ୍ରେସର ପ୍ରକାଶ ବେହେରା ବିଧାୟକ ହେଲେ। ହେଲେ ଏଥର କୁଆଡ଼େ ବାପି ଖଟେଇଙ୍କୁ କିଏ ଲଡୁ ଚଖେଇ ଦେଇଛି। ସେଇଥି ପାଇଁ ତାଙ୍କୁ ଏବେଠୁ କାଳିସୀ ଲାଗିଗଲାଣି। ବିଜେଡି ପତକା ଧରି ଏବେ ସେ ସଭାସମିତି ସଂଗଠନ କରିବାରେ ଲାଗି ପଡିଛନ୍ତି। ଦେଖାଯାଉ ଆଗକୁ କ’ଣ ହଉଛି। ଏମିତି ସବୁ କଥା ଲୋକେ ଆଲୋଚନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story