ଭାରତ ବନ୍ଦକୁ ସିଧାସଳଖ ସମର୍ଥନ କଲାନି ବିଜେଡି, ଭୟ କାହାକୁ: ଚାଷୀ ନା ମୋଦି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ କୃଷକ ସଂଗଠନଗୁଡ଼ିକ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଚାଷୀ ସଂଗଠନଗୁଡ଼ିକର ଏହି ବନ୍ଦକୁ ଅଧିକାଂଶ ଅଣଏନଡିଏ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି। କିନ୍ତୁ ସଂସଦରେ ଏହି କୃଷି ବିଲକୁ ବିରୋଧ କରିଥିବା ବିଜେଡି ଆସନ୍ତାକାଲିର ‘ଭାରତ ବନ୍ଦ’କୁ ସିଧାସଳଖ ସମର୍ଥନ କରିବାର ସାହାସ ଜୁଟାଇ ପାରିନି। ଶେଷପର୍ଯ୍ୟନ୍ତ ନିଷ୍ପତ୍ତି […]

bharat-band

bharat-band

Manoranjan Sial
  • Published: Monday, 07 December 2020
  • Updated: 07 December 2020, 09:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ କୃଷକ ସଂଗଠନଗୁଡ଼ିକ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଚାଷୀ ସଂଗଠନଗୁଡ଼ିକର ଏହି ବନ୍ଦକୁ ଅଧିକାଂଶ ଅଣଏନଡିଏ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି। କିନ୍ତୁ ସଂସଦରେ ଏହି କୃଷି ବିଲକୁ ବିରୋଧ କରିଥିବା ବିଜେଡି ଆସନ୍ତାକାଲିର ‘ଭାରତ ବନ୍ଦ’କୁ ସିଧାସଳଖ ସମର୍ଥନ କରିବାର ସାହାସ ଜୁଟାଇ ପାରିନି। ଶେଷପର୍ଯ୍ୟନ୍ତ ନିଷ୍ପତ୍ତି ଝୁଲାଇ ରଖିଥିବା ଶାସକ ବିଜେଡି ଶେଷରେ ରାଜ୍ୟର ସମସ୍ତ ସରକାରୀ ଅଫିସକୁ ଆସନ୍ତାକାଲି ଛୁଟି ଘୋଷଣା କରି ଚାଷୀ କୂଳକୁ ସନ୍ତୁଷ୍ଟ କରିବାକୁ ଗୋଟି ଚଳାଇଛି। ତେବେ ବିଜେଡିର ଏଭଳି ନିଷ୍ପତ୍ତି ଦଳର ଦୁର୍ବଳତା ଓ ସୁବିଧାବାଦୀ ଚରିତ୍ରକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା।

ଚାଷୀଙ୍କ ସ୍ୱାର୍ଥ କଥା କହି ସଂସଦରେ କୃଷି ବିଲକୁ ବିରୋଧ କରିଥିବା ବିଜେଡି ଆସନ୍ତାକାଲି ଚାଷୀ ସଂଗଠନ ଦେଇଥିବା ‘ଭାରତ ବନ୍ଦ’ ଡାକରାକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ ଭାବେ ରଖିପାରିନି। ଚାଷୀଙ୍କ ପାଇଁ କଥା କଥାରେ ଦରଦ ଦେଖାଉଥିବା ବିଜେଡି କିନ୍ତୁ ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀଙ୍କୁ ସମର୍ଥନ ଦେଇପାରିନି। ଏପରିକି ଦଳ ପକ୍ଷରୁ ଚାଷୀଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କୁ ପଦୁଟିଏ ସମାଲୋଚନା ମଧ୍ୟ କରାଯାଇପାରିନି। ୨୦୧୪ରୁ କେନ୍ଦ୍ରର ବିଜେପି ସରକାରକୁ ଉପରେ ପଡ଼ି ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରି ଆସୁଥିବା ବିଜେଡିର ସୁବିଧାବାଦୀ ଚରିତ୍ର ଉପରେ ଚାଷୀ ସଂଗଠନଗୁଡ଼ିକ କଡ଼ା ନଜର ରଖିଥିଲେ। ଆଗକୁ ସମବାୟ,ପୌର,ପଂଚାୟତ ନିର୍ବାଚନ ଥିବାରୁ ଚାଷୀକୁଳକୁ ଅସନ୍ତୁଷ୍ଟ କରିବାକୁ ବିଜେଡି ଚାହିଁନି। ଚାଷୀକୁଳକୁ ସନ୍ତୁଷ୍ଟ କଲେ କାଳେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ଖପ୍ପା ହେବ, ସେଥିପାଇଁ ଚାଷୀକୁଳକୁ ମଧ୍ୟ ସିଧାସଳଖ ସମର୍ଥନ କରିବାର ସାହାସ ଜୁଟାଇପାରିନି। ‘ଏପଟେ ମାରିଲେ ଗୋ ହତ୍ୟା-ସେପଟେ ବ୍ରହ୍ମହତ୍ୟା’ ହୋଇଥିବାରୁ ବିଜେଡି ଶେଷରେ ପରିବହନ ଓ ଗମନାଗମନ ପ୍ରଭାବିତ ହେବାର ଆଳ ଦେଖାଇ ସମସ୍ତ ସରକାରୀ ଅଫିସକୁ ଆସନ୍ତାକାଲି ଛୁଟି ପାଇଁ ଘୋଷଣା କରିଛି। ଅବଶ୍ୟ ଶାସକ ବିଜେଡି ଚାହିଁଥିଲେ ସରକାରୀ ଅଫିସ ଖୋଲା ରଖିପାରିଥାନ୍ତା। ଭାରତ ବନ୍ଦ ଆସନ୍ତାକାଲି ୧୧ଟାରୁ ୩ଟା ପର୍ଯ୍ୟନ୍ତ ପାଳନ ହେବାକୁ ଥିବାବେଳେ ସରକାରୀ ଅଫିସଗୁଡ଼ିକ ଅଫିସ ୧୦ଟାରୁ ୫ଟା କାର୍ଯ୍ୟ କରିଥାନ୍ତା। ତେଣୁ ସରକାରୀ କର୍ମଚାରୀମାନଙ୍କୁ ବିଶେଷ କିଛି ଅସୁବିଧା ହୋଇନଥାନ୍ତା। କିନ୍ତୁ କାଳେ ଚାଷୀକୁଳ ଅସନ୍ତୁଷ୍ଟ ହେବେ ସେହି ଭୟରେ ବିଜେଡି ରାଜନୀତିକସ୍ତରରେ ସମର୍ଥନ ଦେଇନଥିଲେ ବି ସରକାରୀ ଅଫିସକୁ ବନ୍ଦ କରି ଭାରତ ବନ୍ଦ ପ୍ରତି ପରୋକ୍ଷ ସମର୍ଥନ ଜଣାଇଛି। ସେହିପରି ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଯଦି ସିଧାସଳଖ ଭାରତ ବନ୍ଦକୁ ସମର୍ଥନ କରେ ତା’ହେଲେ ମୋଦି ସରକାରଙ୍କୁ ଖପ୍ପା ହେବାର ଆଶଙ୍କା ରହିଛି। ଆଉ ସେମିତି ହେଲେ ଓଡ଼ିଶାରେ ଚିନ୍ତାମୁକ୍ତ ହୋଇ ଶାସନ କରିବା ବିଜେଡି ପାଇଁ କଷ୍ଟକର ହେବ ଓ ନବୀନ ମଧ୍ୟ ବିଜେପିକୁ କଡ୍ଡ ଟକ୍କର ଦେବାରେ ସକ୍ଷମ ହେବେନି। ତେଣୁ ‘ପୁଅ ମୁଣ୍ଡରେ ଲୋଭ ଓ ତେଲ ଘଡ଼ିରେ ଲୋଭ’ ଭଳି ଶାସକ ବିଜେଡି ଏବେ ଉଭୟ ଚାଷୀକୁଳ ଓ ମୋଦି ସରକାରକୁ ସନ୍ତୁଷ୍ଟ କରିବାକୁ ମଝି ରାସ୍ତା ବାଛି ସରକାରୀ ଅଫିସକୁ ଛୁଟି ଘୋଷଣା କରିଛି।

ଭାରତ ବନ୍ଦକୁ ନେଇ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲା। କଂଗ୍ରେସ ମଧ୍ୟ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରର ମୋଦି ସରକାରଙ୍କ ବୋଲକରା ମୁଖ୍ୟମନ୍ତ୍ରୀ ବୋଲି କହିବାକୁ ପଛାଇ ନଥିଲା। ଏପରିକି ଯଦି ଏହି ବନ୍ଦକୁ ମୁଖ୍ୟମନ୍ତ୍ରୀ ସମର୍ଥନ ନଜଣାନ୍ତି ତା’ହେଲେ ଆଗାମୀ ଦିନରେ ରାଜ୍ୟର କୃଷକ ସମାଜ ତାଙ୍କୁ କଦାପି କ୍ଷମା ଦେବ ନାହିଁ ବୋଲି କଂଗ୍ରେସ କହିଛି।

ସୂଚନାଯୋଗ୍ୟ, କେବଳ ବିଜେପି ଓ ବିଜେଡିକୁ ଛାଡ଼ି ରାଜ୍ୟର ସମସ୍ତ ରାଜନୀତିକ ଦଳ ଓ ବିଭିନ୍ନ ସଂଗଠନ ଏହି ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story