ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡାମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ବିଜେଡି କର୍ମୀ ଆଜି  ଅଣ୍ଡାମାଡ଼ କରିଛନ୍ତି । ଜୁଏଲଙ୍କ ରାଜକନିକା ଗସ୍ତକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି। ବିଜେଡି କର୍ମୀ ଅଣ୍ଡାମାଡ଼ କରିଥିବା ବେଳେ କଂଗ୍ରେସ କର୍ମୀ କଳାପତାକା ଦେଖାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଳି ବିଧାୟକଙ୍କ ସମେତ ୨୦୦ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ୍।