ବିଜେଡିକୁ ନିରାଶ କଲା ଡେରାବିଶ ବ୍ଲକ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଗଡ଼ ଡେରାବିଶ ବ୍ଲକରେ ବିଜେଡିକୁ ଆଖିଦୃଶିଆ ସଫଳତା ନମିଳିବା ଏବେ ଦଳର ରଣନୀତିକାର ତଥା କ୍ଷମତାକେନ୍ଦ୍ରଙ୍କୁ ବିଚଳିତ କରିଛି। ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭୯୨୦ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିବାର ଉଲ୍ଲାସକୁ ଦଳୀୟ କର୍ମୀ ଓ ନେତାମାନେ ମନାଉଥିଲେ ମଧ୍ୟ ଶାସକ କଳର ସବୁପ୍ରକାରର ସମର୍ଥନ ସତ୍ତେ୍ୱ ଦଳ କାହିଁକି ଡେରାବିଶ ବ୍ଲକରେ ଆଶାନୁରୂପ ସଫଳତା ପାଇଲାନି, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏପରିକି କେବଳ ଡେରାବିଶ ବ୍ଲକରେ […]

k-90

k-90

Tapas Behera
  • Published: Wednesday, 24 July 2019
  • Updated: 24 July 2019, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଗଡ଼ ଡେରାବିଶ ବ୍ଲକରେ ବିଜେଡିକୁ ଆଖିଦୃଶିଆ ସଫଳତା ନମିଳିବା ଏବେ ଦଳର ରଣନୀତିକାର ତଥା କ୍ଷମତାକେନ୍ଦ୍ରଙ୍କୁ ବିଚଳିତ କରିଛି। ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭୯୨୦ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିବାର ଉଲ୍ଲାସକୁ ଦଳୀୟ କର୍ମୀ ଓ ନେତାମାନେ ମନାଉଥିଲେ ମଧ୍ୟ ଶାସକ କଳର ସବୁପ୍ରକାରର ସମର୍ଥନ ସତ୍ତେ୍ୱ ଦଳ କାହିଁକି ଡେରାବିଶ ବ୍ଲକରେ ଆଶାନୁରୂପ ସଫଳତା ପାଇଲାନି, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏପରିକି କେବଳ ଡେରାବିଶ ବ୍ଲକରେ ଦଳୀୟ ପ୍ରାର୍ଥୀଙ୍କୁ ୩୦ହଜାରରୁ ଅଧିକ ଭୋଟ୍ ମିଳିବ ବୋଲି ବିଜେଡି ନେତାମାନଙ୍କ ଦମ୍ଭୋକ୍ତି ଏବେ ବାହାସ୍ଫୋଟରେ ପରିଣତ ହୋଇଛି।

ଅବଶ୍ୟ ଡେରାବିଶ ବ୍ଲକରେ ଦୁର୍ବଳ ପ୍ରଦର୍ଶନକୁ ନେଇ ଅଙ୍ଗୁଳି ଉଠିବା ପୂର୍ବରୁ ଦଳର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁ ତା’ ଉପରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ଏହାସହିତ ପାଟକୁରା ବିଜୟର ଶ୍ରେୟ ନେବାକୁ ଗତକାଲି ପର୍ଯ୍ୟନ୍ତ ପ୍ରତିଯୋଗିତା କରୁଥିବା ଦଳର ହେଭିୱେଟ୍ ନେତାମାନେ ଆଜି ବାହାବା ନେବା ବା ଆତ୍ମପ୍ରଚାରରୁ ନିଜକୁ ଦୂରେଇ ରଖିଥିବା ଜଣାପଡ଼ିଛି।

ପାଟକୁରା ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ବିଜେଡି ପ୍ରଥମ ଦିନରୁ ରଣନୀତି ପ୍ରସ୍ତୁତ କରିଥିଲା। ୨୦୧୯ ଏପ୍ରିଲ ୨୯ରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେଡିକୁ ଡେରାବିଶ ବ୍ଲକରେ ଅଧିକ ସଫଳତା ମିଳିଥିବାବେଳେ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ନିରାଶ ହେବାକୁ ପଡ଼ିଥିଲ। ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେପି ନେତା ଶ୍ରୀ ମହାପାତ୍ରଙ୍କ ପ୍ରଭାବ ଅଧିକ ରହିଥିବାରୁ ବିଜେଡି ଡେରାବିଶ ବ୍ଲକର ସମସ୍ତ ୨୬ଟି ପଞ୍ଚାୟତ ଉପରେ ଫୋକସ୍ କରି ବୃହତ୍ ବ୍ୟବଧାନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିଲା। ସେଥିପାଇଁ ଦଳର ସମସ୍ତ ହେଭିୱେଟ୍ ତଥା ପ୍ରଭାବଶାଳୀ ନେତା ଏହି ବ୍ଲକ୍ ଦାୟିତ୍ୱ ସମ୍ଭାଳିଥିଲେ।

ସାଧାରଣ ନିର୍ବାଚନବେଳେ ଦଳ ଛାଡ଼ିଥିବା ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁଙ୍କୁ ପୁଣି ବିଜେଡିକୁ ଫେରାଇ ଆଣିବା, ବିଜେପି ନେତା ଶ୍ରୀ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିବା ଉକ୍ରଳ କେଶରୀ ପରିଡ଼ାଙ୍କୁ ବିଜେଡିରେ ସାମିଲ କରିବା ଏବଂ ନିର୍ବାଚନ ସମୟରେ ବିଜେପି ଓ କଂଗ୍ରେସର ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କୁ ମ୍ୟାନେଜ୍ କରିବାକୁ ବିଜେଡି ପଛାଇ ନଥିଲା। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ପଞ୍ଚାୟତରେ ରୋଡ୍ ଶୋ’, ସ୍ଥାନୀୟ ପ୍ରଶାସନକୁ ନିଜ ଢଙ୍ଗରେ ଦଳୀୟ ଭିତ୍ତିରେ ପରିଚାଳନା କରିବା ଓ ପ୍ରତି ପଞ୍ଚାୟତରେ ପ୍ରାୟ ୨୦ରୁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବି ଦଳ ପଛାଇ ନଥିଲା।

ଏସବୁ ବ୍ୟତୀତ ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତ ଦାୟିତ୍ୱରେ ଦଳର ସବୁ ହେଭିୱେଟ୍- ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ମନ୍ତ୍ରୀ ସମୀର ଦାଶ, ରଘୁନନ୍ଦନ ଦାସଙ୍କଠୁ ଆରମ୍ଭ କରି ୨୦ରୁ ଅଧିକ ବିଧାୟକ ଓ ପ୍ରାୟ ୨୫୦ଜଣ ନେତା ରହିଥିଲେ। ଏହି ବ୍ଲକରେ ହିଁ ଦଳକୁ ଅଧିକ ୩୦ହଜାର ଭୋଟ୍ ମିଳିବ ବୋଲି ନେତାମାନେ ଦମ୍ଭୋକ୍ତି କରିଥିଲେ । କିନ୍ତୁ ଆଜି ଆସିଥିବା ନିର୍ବାଚନୀ ଫଳାଫଳରୁ ଏହି ନେତାମାନଙ୍କର ପାରିବାପଣିଆ ପଦାରେ ପଡ଼ିଛି । ଦଳକୁ ବିଜେପି ପ୍ରାର୍ଥୀଙ୍କ ଭୋଟ୍ ତୁଳନାରେ ମାତ୍ର ୧୩୨୦୦ ଅଧିକ ଭୋଟ୍ ମିଳିଛି। ଯାହାକି ଗତ ୨ମାସ ପୂର୍ବରୁ ହୋଇଥିବା ଭୋଟ୍ ତୁଳନାରେ ମାତ୍ର ୪୪୦୦ ଅଧିକ । ଯଦିଓ ଏହି ବ୍ଲକରେ ବିଜୟଙ୍କ ବିଶେଷ ପ୍ରଭାବ ନଥିଲା ଏବଂ ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେଉଥିଲା।

ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କର ପ୍ରଭାବ ଥିବା ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡିକୁ ଆଖିଦୃଶିଆ ସଫଳତା ମିଳିଛି। ଗରଦପୁର ବ୍ଲକର ସମସ୍ତ ୧୮ଟି ପଞ୍ଚାୟତ ଓ ମାର୍ଶାଘାଇରେ ଥିବା ୭ଟି ପଞ୍ଚାୟତରେ ବିଜେଡି ନିଜର ସ୍ଥିତିକୁ ସୁଧାରିବାରେ ସକ୍ଷମ ହୋଇଛି। ଏହି ଦୁଇ ବ୍ଲକରେ ବିଜେଡି ଓ ବିଜୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିଲା। ଗତ ୨ମାସ ତଳେ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଏହି ଦୁଇ ବ୍ଲକରେ ପ୍ରାୟ ୨୫୦୦ ଭୋଟରେ ଆଗରେ ଥିବାବେଳେ ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ଏଠାରେ ନିଜର କ୍ଷତିକୁ ଭରଣା କରିବା ସହ ଅତିରିକ୍ତ ଭାବେ ପ୍ରାୟ ୪ହଜାର ଭୋଟ୍ ଯୋଗାଡ଼ କରିବାରେ ସକ୍ଷମ ହୋଇଛି।

ଏ ସମ୍ପର୍କରେ ବିଜେଡିର ସାଧାରଣ ସମ୍ପାଦକ ତଥା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଗତ ୨ମାସ ପୂର୍ବରୁ ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନରେ ୩ଗୁଣ ବୃଦ୍ଧି ହୋଇଛି। ମାତ୍ର ତଥ୍ୟ କହୁଛି, ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ସାଂସଦ ପ୍ରାର୍ଥୀ ୮୫,୨୨୮ଟି ଭୋଟ୍ ପାଇଥିବାବେଳେ ଏବେ ବିଧାୟକ ପ୍ରାର୍ଥୀଙ୍କୁ ୧୦,୭୮୯ଟି ଅଧିକ ଭୋଟ୍ ଅର୍ଥାତ୍ ୯୬୦୧୭ଟି ଭୋଟ୍ ମିଳିଛି। ଗତ ଦୁଇମାସ ତଳେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଭୋଟ୍ ବ୍ୟବଧାନ ମାତ୍ର ୬୪୪୪ ରହିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story