ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷଦିନ ଥିବାବେଳେ ବିଜେଡି ଆଜି ରାତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେନ୍ଦ୍ରାପଡ଼ା ଆସନକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା।
କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାକୁ ସଜବାଜ ହେଉଥିବାବେଳେ ବିଜେଡି ପକ୍ଷରୁ ଶଶିଙ୍କୁ ପ୍ରାର୍ଥୀ କରାଯାଇଛି। ଶଶିଙ୍କ ବିଧାନସଭା ଆସନ ଜୟଦେବରୁ ଚଳିତଥର ଅରବିନ୍ଦ ଢାଲି ପ୍ରାର୍ଥୀ ହୋଇଛନ୍ତି। ଶଶିଙ୍କୁ ବିଲକୁଲ ଟିକେଟ୍ ମିଳିନପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷରେ ଦଳ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାରୁ ନେଇ କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରିଛି। କେନ୍ଦ୍ରାପଡ଼ା ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଥିବାବେଳେ ଶଶିଙ୍କୁ ସେଠାରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବୈଜୟନ୍ତଙ୍କୁ ରାଜ୍ୟ ବିଜେପିର ଭବ୍ୟ ସ୍ୱାଗତ, ବିମାନବନ୍ଦରରୁ ବିଶାଳ ଶୋଭାଯାତ୍ରାରେ ଆସିଲେ
ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦଳର କର୍ମୀ ଓ ନେତାମାନେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳକୁ ଆଣିଥିଲେ ।

Politics
ବଜେଟ୍ ଅଧିବେଶନ ଆରମ୍ଭ: ନିର୍ବାଚନରେ ନିରନ୍ତରତା ପରିବର୍ତ୍ତେ ପରିବର୍ତ୍ତନକୁ ବାଛିଛନ୍ତି ଓଡ଼ିଶାବାସୀ- ରାଜ୍ୟପାଳ, ବର୍ଷିଲେ ବିରୋଧୀ
ବଜେଟ ଅଭିଭାଷଣ ମାଧ୍ୟମରେ ରାଜ୍ୟର ବିଜେପି ସରକାରଙ୍କ ବିଗତ ୮ମାସର ବିଭିନ୍ନ କାର୍ଯ୍ୟ ଓ ଭବିଷ୍ୟତ ପାଇଁ ରହିଥିବା କାର୍ଯ୍ୟର ଏକ ରୂପରେଖ ଉପସ୍ଥାପନ କରିଛନ୍ତି ରାଜ୍ୟପାଳ।

Politics
ଡି.ଆର୍ଙ୍କୁ ଠକିଛନ୍ତି କି ଦିଲ୍ଲୀପ?
‘ନକଲି ମୁଖା-ଅସଲି ଚେହେରା’ ଅଧ୍ୟାୟରେ ସେ ହୋଟେଲ ବ୍ୟବସାୟୀ ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସଂପର୍କରେ ଅବତାରଣା କରିଛନ୍ତି।

Politics
ନବୀନ ଭୟଭୀତ କି?
ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହ ବାହାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ କରିଥିବା ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Politics
ଡିଅର ଡି.ଆର୍: ବଡ଼ ଘର ବଡ଼ ଗୁମର କଥା!
ବିରାଡ଼ି କପାଳକୁ ଶିକା ଛିଡ଼ିଲା ଭଳି ହଠାତ୍ ଓଡ଼ିଶାରେ ବିଜେଡି ସରକାର ନିର୍ବାଚନରେ ହାରିଗଲା ଓ ବିଜେପି କ୍ଷମତାକୁ ଆସିଲା। ଏହା ସୌମ୍ୟରଂଜନଙ୍କ ନିମନ୍ତେ ଥିଲା ସୁନ୍ଦର ସୁଯୋଗ। ସୌମ୍ୟ ବାବୁଙ୍କ ସୁଯୋଗ୍ୟ ପୁତ୍ରସମ ବନ୍ଧୁଙ୍କ ପରାମର୍ଶରେ ଡିଆରଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ବାଧ୍ୟ କରାଗଲା।