କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ ହେଲେ ଶଶିଭୂଷଣ ବେହେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷଦିନ ଥିବାବେଳେ ବିଜେଡି ଆଜି ରାତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେନ୍ଦ୍ରାପଡ଼ା ଆସନକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା। କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାକୁ ସଜବାଜ ହେଉଥିବାବେଳେ ବିଜେଡି ପକ୍ଷରୁ ଶଶିଙ୍କୁ […]

finance-department

Manoranjan Sial
  • Published: Monday, 08 April 2019
  • , Updated: 08 April 2019, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷଦିନ ଥିବାବେଳେ ବିଜେଡି ଆଜି ରାତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେନ୍ଦ୍ରାପଡ଼ା ଆସନକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା।

କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାକୁ ସଜବାଜ ହେଉଥିବାବେଳେ ବିଜେଡି ପକ୍ଷରୁ ଶଶିଙ୍କୁ ପ୍ରାର୍ଥୀ କରାଯାଇଛି। ଶଶିଙ୍କ ବିଧାନସଭା ଆସନ ଜୟଦେବରୁ ଚଳିତଥର ଅରବିନ୍ଦ ଢାଲି ପ୍ରାର୍ଥୀ ହୋଇଛନ୍ତି। ଶଶିଙ୍କୁ ବିଲକୁଲ ଟିକେଟ୍ ମିଳିନପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷରେ ଦଳ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାରୁ ନେଇ କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରିଛି। କେନ୍ଦ୍ରାପଡ଼ା ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଥିବାବେଳେ ଶଶିଙ୍କୁ ସେଠାରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଣାପଡ଼ିଛି।

Related story