ଶଙ୍ଖ ଦଳ ବାଲା ଦେଲେ ୧୦୦ ଟଙ୍କା ଓ ମିଠା ପୁଡ଼ିଆ...

ଜଳେଶ୍ୱର (ଅଜିତ ଦାସ): ଶଙ୍ଖ ଦଳ ବାଲା ୧୦୦ ଟଙ୍କା ଓ ମିଠା ପୁଡିଆ ଦେଲେ। ସେଥିପାଇଁ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆସିଛି ବୋଲି ଜଣେ ମହିଳା କହିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିଜେଡିର ନିର୍ବାଚନୀ ସଭାକୁ କ’ଣ ଲୋକ ଆସୁନାହାନ୍ତି? ଯଦି ନିର୍ବାଚନୀ ସଭାକୁ ଲୋକ ଆସୁଛନ୍ତି, ତାହାହେଲେ ମିଠା ପୁଡ଼ିଆ ଓ ଟଙ୍କା କାହିଁକି ବଣ୍ଟା ଯାଉଛି? ପଞ୍ଚାୟତ ନିର୍ବାଚନରେ […]

Balasore

Manoranjan Sial
  • Published: Saturday, 19 March 2022
  • , Updated: 19 March 2022, 05:59 PM IST

ଜଳେଶ୍ୱର (ଅଜିତ ଦାସ): ଶଙ୍ଖ ଦଳ ବାଲା ୧୦୦ ଟଙ୍କା ଓ ମିଠା ପୁଡିଆ ଦେଲେ। ସେଥିପାଇଁ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆସିଛି ବୋଲି ଜଣେ ମହିଳା କହିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିଜେଡିର ନିର୍ବାଚନୀ ସଭାକୁ କ’ଣ ଲୋକ ଆସୁନାହାନ୍ତି? ଯଦି ନିର୍ବାଚନୀ ସଭାକୁ ଲୋକ ଆସୁଛନ୍ତି, ତାହାହେଲେ ମିଠା ପୁଡ଼ିଆ ଓ ଟଙ୍କା କାହିଁକି ବଣ୍ଟା ଯାଉଛି? ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ବିଜୟ ଲାଭ କରିଥିବା ବିଜେଡିକୁ  ପୌର ନିର୍ବାଚନରେ ପରାଜୟ ଭୟ ଘାରିଛି କି? ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦରୁ ଏପରି ଅଭିଯୋଗ ଆସିବା ପରେ ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ଶୁକ୍ରବାର ସନ୍ଧ୍ୟା ବେଳେ ଜଳେଶ୍ୱର ପୌର ପରିଷର ୯ ନମ୍ୱର ୱାର୍ଡରେ ଏକ ନିର୍ବାଚନୀ ସଭା ହୋଇଥିଲା। ଏଥିରେ ଯୋଗଦେଇଥିଲେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ୯ ନମ୍ୱର କାଉନ୍‌ସିଲର ପ୍ରାର୍ଥୀ କବିନ୍ଦ୍ର ସାହୁ ପ୍ରମୁଖ। ନେତାମାନେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଆଉ ନେତାଙ୍କ ଭାଷଣ ଶୁଣିବା ପାଇଁ ବହୁ ଲୋକ ମଧ୍ୟ ଆସିଥିବା ଦେଖିବାକୁ ମିଳିଥିଲା। ତେବେ ଏବେ ଶୁଣିବାକୁ ମିଳୁଛି, ସଭାକୁ ଆସିଥିବା ଲୋକଙ୍କୁ କୁଆଡ଼େ ୧୦୦ ଟଙ୍କା ଓ ମିଠା ପୁଡ଼ିଆ ଦିଆଯାଇଥିଲା।

ନିର୍ବାଚନୀ ସଭା ସରିବା ପରେ ସମସ୍ତେ ଘରକୁ ଫେରୁଥିଲେ। ଠିକ୍‌ ଏହି ସମୟରେ ଜଣେ ମହିଳା ହାତରେ ପିଠ ପୁଡିଆ ଓ ୧୦୦ ଟଙ୍କା ଧରି ଯାଉଥିବା ଦେଖିବାକୁ ମିଳିଥିଲା। ମିଠା ଓ ଟଙ୍କା ଦେଖି କିଛି ଲୋକ ତାଙ୍କୁ ଘେରି ପଚାରିଲେ। ମହିଳା ଜଣକ କହିଥିଲେ, ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆସିଥିଲି। ଏଥିପାଇଁ ମୋତେ ଶଙ୍ଖ ଦଳ ବାଲା ଦେଲେ ୧୦୦ ଟଙ୍କା ଓ ମିଠା। ଶଙ୍ଖବାଲା ଡାକିଥିଲେ ବୋଲି ଆସିଥିଲି। ଆମ ଗାଁ ସାରା ସମସ୍ତଙ୍କୁ ଦିଆଯାଇଛି ବୋଲି ମହିଳା ଜଣକ କହିଛନ୍ତି। ମହିଳାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଟଙ୍କା ଓ ମିଠା ବଣ୍ଟା ନେଇ ବିଧାୟକ ବା ବିଜେଡି ଜିଲ୍ଲା ସଭାପତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

https://youtu.be/Bs20xLT6T8Y

Related story