ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ବାସ୍ତବରେ ହେଉଛି ଓଡ଼ିଶାର ଲଲିପପ୍ ସରକାର। ନବୀନବାବୁ ନିଜ ଶାସନକାଳ ଭିତରେ ସମସ୍ତଙ୍କୁ ରୋଜଗାର ଦେଇପାରୁ ନାହାନ୍ତି । କିନ୍ତୁ ୧୯ ବର୍ଷ ହେଲା ଜନତାଙ୍କୁ ଭଣ୍ଡାଇ ଲଲିପପ୍ ଦେଇ ଆସୁଛନ୍ତି ।”
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ କରି ନବୀନଙ୍କୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ।
ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ନେଇ ସେ କହିଛନ୍ତି ଯେ, ୧୯ ବର୍ଷରେ ୩୪ ଲକ୍ଷ ଭୋକିଲା ଲୋକ ରାଜ୍ୟରେ ଅଛନ୍ତି। ଯେଉଁମାନେ ଦିନକୁ ଦି’ ଓଳି ଖାଇବାକୁ ପାଉନାହାନ୍ତି। ଯାହାକି ରାଜ୍ୟ ସରକାରଙ୍କ ବଡ଼ ବିଫଳତା ।
ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଏକ ଭୟଙ୍କର ଭ୍ରଷ୍ଟାଚାର ବୋଲି ସେ କହିଛନ୍ତି । ଜନ ପ୍ରତିନିଧିଙ୍କୁ ନ ପଚାରି ବିନା ଟେଣ୍ଡରରେ କାମ ଦିଆଯାଉଛି। ଲୋକତନ୍ତ୍ରର ତଣ୍ଟି ଚିପି ରାଜକୋଷକୁ ଚୁନ ଲଗାଯାଉଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ସିଂହ। ରାଜ୍ୟର ମନ୍ତ୍ରୀ, ବିଧାୟକଙ୍କ ଭ୍ରଷ୍ଟ୍ରାଚାର ବିରୋଧରେ ବିଜେପି ଅଭିଯାନ ଆରମ୍ଭ କରିବ ବୋଲି ସେ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।