Advertisment

ଭୋଟ୍‌ ପାଇଁ ୩୫ କୋଟି ଟଙ୍କା ବାଣ୍ଟିଦେଲେ ! ଏବେ କହୁଛନ୍ତି ତୁମେ ଅଯୋଗ୍ୟ, ଟଙ୍କା ଫେରାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରେ କେହି ବି ଜଣେ ଚାଷୀ କାଳିଆ ଟଙ୍କାରୁ ବଞ୍ଚିତ ହେବେନି। ସରକାର ଆସିବାମାତ୍ରେ ପ୍ରଥମ ଦିନରେ ହିଁ ଏକାଥରକେ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା କରି କାଳିଆ ଟଙ୍କା ଦିଆଯିବ। ନିର୍ବାଚନର କେଇଟା ଦିନ ପୂର୍ବରୁ ଏମିତି ବିଜ୍ଞାପନ ଗଣମାଧ୍ୟମରେ ଛାଇ ହୋଇ ଯାଇଥିଲା। ତେବେ ନିର୍ବାଚନର ବହୁ ପୂର୍ବରୁ କାଳିଆ ଯୋଜନାରେ ସରକାର ଟଙ୍କା ବାଣ୍ଟିଥିଲେ। ଆଉ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଥିବାରୁ ସରକାର ଭୋଟରଙ୍କୁ ଏମିତି ଲୋଭ […]

ଅଦ୍ୟତନ ହୋଇଛି
ଭୋଟ୍‌ ପାଇଁ ୩୫ କୋଟି ଟଙ୍କା ବାଣ୍ଟିଦେଲେ ! ଏବେ କହୁଛନ୍ତି ତୁମେ ଅଯୋଗ୍ୟ, ଟଙ୍କା ଫେରାଅ

Naveen-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): "ରାଜ୍ୟରେ କେହି ବି ଜଣେ ଚାଷୀ କାଳିଆ ଟଙ୍କାରୁ ବଞ୍ଚିତ ହେବେନି। ସରକାର ଆସିବାମାତ୍ରେ ପ୍ରଥମ ଦିନରେ ହିଁ ଏକାଥରକେ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା କରି କାଳିଆ ଟଙ୍କା ଦିଆଯିବ। ନିର୍ବାଚନର କେଇଟା ଦିନ ପୂର୍ବରୁ ଏମିତି ବିଜ୍ଞାପନ ଗଣମାଧ୍ୟମରେ ଛାଇ ହୋଇ ଯାଇଥିଲା। ତେବେ ନିର୍ବାଚନର ବହୁ ପୂର୍ବରୁ କାଳିଆ ଯୋଜନାରେ ସରକାର ଟଙ୍କା ବାଣ୍ଟିଥିଲେ। ଆଉ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଥିବାରୁ ସରକାର ଭୋଟରଙ୍କୁ ଏମିତି ଲୋଭ ଦେଖାଇ ବିଜ୍ଞାପନ ଦେଲେ। ସେତେବେଳେ କିଏ ଯୋଗ୍ୟ କି ଅଯୋଗ୍ୟ, ସେକଥା ଦେଖିଲେନି। ଆଉ ଏବେ ନିର୍ବାଚନ ସରିବା ପରେ ସରକାର ଛଞ୍ଚାଣ ଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜୁଛନ୍ତି।

Advertisment

publive-imageଅନ୍ୟପକ୍ଷେ, କାଳିଆ ଯୋଜନାରେ ଅସଲି-ନକଲି ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାର ଅବଧି ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ଅଗଷ୍ଟ ୨୭ ଯାଏ ସଂପ୍ରସାରଣ କରାଯାଇଛି। କାରଣ ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୩ ଲକ୍ଷ ଚାଷୀଙ୍କ ଯାଞ୍ଚ ହିଁ ସରିପାରିଛି। ଆଉ ସେ ଭିତରୁ ପ୍ରାୟ ୭୦ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି। ଏ ହିସାବରେ ଦେଖିଲେ ପାଖାପାଖି ୩୫ କୋଟି ଟଙ୍କା ଏସବୁ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ତହବିଲରୁ ଟଙ୍କା ବଣ୍ଟା ଯାଇଛି। ଆଉ ସେହି ଟଙ୍କା ଫେରିପାଇବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

କାଳିଆ ଯୋଜନାକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ କୃଷିମନ୍ତ୍ରୀ ଅରୁଣ ସାହୁ ଅଧ୍ୟକ୍ଷତା କରିଥିଲେ।

Advertisment

ଅଗଷ୍ଟ ୬ରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲି ସରିବାର ଥିଲା। ତେବେ ଟଙ୍କା ପାଇଥିବା ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୧୩ ଲକ୍ଷ ଚାଷୀଙ୍କ ହିଁ ଯାଞ୍ଚ ସରିଛି। ତେଣୁ ଯାଞ୍ଚ ପ୍ରକ୍ରିୟାକୁ ଅଗଷ୍ଟ ୨୭ ତାରିଖ ଯା ବୃଦ୍ଧି କରିବାକୁ ଏ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ସ୍ତରରେ ଯାଞ୍ଚ ସରିବାପରେ ୨୯ରେ ବ୍ଲକ ଓ ୩୧ରେ ଜିଲ୍ଲାସ୍ତରରେ ପୁଣି ଯାଞ୍ଚ ହେବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯାଞ୍ଚ ବେଳେ ବହୁ ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଥିବା ସ୍ପଷ୍ଟ ହୋଇଛି। କୃଷି ବିଭାଗର ସୂଚନା ଅନୁସାରେ ଯାଞ୍ଚ ସରିଥିବା ୧୩ ଲକ୍ଷ ଚାଷୀଙ୍କ ମଧ୍ୟରୁ ପାଖାପାଖି ୭୦ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ। ଜଣକା ୫ ହଜାର ଟଙ୍କା ହିସାବରେ ଦେଖିଲେ ରାଜ୍ୟ ରାଜକୋଷରୁ ପ୍ରାୟ ୩୫ କୋଟି ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଚାଲିଯାଇଛି। ଏଭଳି ସ୍ଥିତିରେ ବଡ଼ ପ୍ରଶ୍ନ ହେଲା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସରକାର କିଭଳି ଟଙ୍କା ଫେରସ୍ତ ପାଇବେ? ସୁନାପିଲାଙ୍କ ପରି ଅଯୋଗ୍ୟ ହିତାଧିକାରୀ ନିଜ ଆଡୁ ଟଙ୍କା ଫେରାଇଦେବେ କି ? ଯଦି ଟଙ୍କା ନଫେରାଇବେ ତେବେ ସରକାର କି କାର୍ଯ୍ୟାନୁଷ୍ଠାନ ନେବେ? ସେନେଇ କିଛି ସ୍ପଷ୍ଟ ହୋଇନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe