କାଳିଆ ପାଇଁ ସାହାଣ ମେଲା କଲେ, ଏବେ କହୁଛନ୍ତି ଟଙ୍କା ଫେରାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିଭଳି ଅର୍ଥ ଆଦାୟ କରିବେ ରାଜ୍ୟ ସରକାର? ଯେଉଁମାନେ କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡୁ ଅର୍ଥ ଫେରସ୍ତ ପାଇଁ ସରକାର ଅପିଲ୍ କରିବା ପରେ କ’ଣ ହେବ ପରବର୍ତ୍ତୀ ପଦକ୍ଷେପ? ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍ ଦେବା ଓ ନୂଆ ହିତାଧିକାରୀଙ୍କ ଚିହ୍ନଟ ପାଇଁ SOP ଜାରି କରିଛନ୍ତି ରାଜ୍ୟ ସରକାର। ଏହା ଅନୁସାରେ ପଂଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ୩ଟି କମିଟି […]

gc0

gc0

Tapas Behera
  • Published: Wednesday, 07 August 2019
  • Updated: 07 August 2019, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିଭଳି ଅର୍ଥ ଆଦାୟ କରିବେ ରାଜ୍ୟ ସରକାର? ଯେଉଁମାନେ କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡୁ ଅର୍ଥ ଫେରସ୍ତ ପାଇଁ ସରକାର ଅପିଲ୍ କରିବା ପରେ କ’ଣ ହେବ ପରବର୍ତ୍ତୀ ପଦକ୍ଷେପ? ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍ ଦେବା ଓ ନୂଆ ହିତାଧିକାରୀଙ୍କ ଚିହ୍ନଟ ପାଇଁ SOP ଜାରି କରିଛନ୍ତି ରାଜ୍ୟ ସରକାର। ଏହା ଅନୁସାରେ ପଂଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ୩ଟି କମିଟି ଗଠନ ହୋଇଛି । ଏଥିସହିତ ଅଯୋଗ୍ୟ ହିତାଧିକାରୀଙ୍କୁ ପରବର୍ତ୍ତୀ କିସ୍ତି ନଦେବାକୁ ନିଷ୍ପତ୍ତି ନିଆଯାଇଛି।

ଗାଁ ଗଣ୍ଡାରେ ପୁଣି କାଳିଆ ଯୋଜନାର ଚର୍ଚ୍ଚା ଚାଲିଛି। ହିତାଧିକାରୀ ଯାଂଚ ପ୍ରକ୍ରିୟା ଆରମ୍ଭ ପରେ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। ସେପଟେ ସରକାରଙ୍କ ପାଇଁ ବି ଅଡ଼ୁଆ ବଢ଼ିଛି। କିଭଳି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଆଦାୟ ହେବ ସହାୟତା ରାଶି? ନିଜ ଆଡୁ ଟଙ୍କା ନ ଫେରାଇଲେ କି ପଦକ୍ଷେପ ନେବେ ସରକାର? ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେବା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର ର୍(ଏସ୍ଓପି)। ଯେଉଁଥିରେ ରହିଛି ୧୪ଟି ମାନଦଣ୍ଡ।

ଯଦି ଗୋଟିଏ ଯୋଗ୍ୟ ପରିବାରରୁ ଏକାଧିକ ସଦସ୍ୟ ହିତାଧିକାରୀ ଭାବେ ସହାୟତା ପାଇଥିବେ, ତା’ହେଲେ ପରିବାର ମୁଖ୍ୟଙ୍କ ଛାଡ଼ି ଅନ୍ୟମାନେ ଟଙ୍କା ଫେରାଇବେ, ନଚେତ୍ ପରବର୍ତ୍ତୀ କିସ୍ତି ମିଳିବ ନାହିଁ । ଯଦି ହିତାଧିକାରୀଙ୍କ ବୟସ ୧୮ ବର୍ଷରୁ କମ୍ ଅର୍ଥାତ ନାବାଳକ ହୋଇଥିବେ ସେ କ୍ଷେତ୍ରରେ ବି ଟଙ୍କା ଫେରାଇବାକୁ ପଡ଼ିବ। ସରକାରୀ ଅଧିକାରୀ, ପେନସନ୍ ଭୋଗୀ, ଆୟକର ପ୍ରଦାନକାରୀ, ବଡ଼ଚାଷୀ, ବିଧାୟକ, ମନ୍ତ୍ରୀ, ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ଯଦି କାଳିଆ ସହାୟତା ପାଇଥିବେ ତା'ହେଲେ ଟଙ୍କା ଫେରାଇବାକୁ ପଡ଼ିବ। କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଏବେ ଯାଂଚ ପ୍ରକ୍ରିୟା ଚାଲିଛି, ଅଗଷ୍ଟ ୧୪ ଭିତରେ ତଥ୍ୟ ଆସିଲା ପରେ ପଦକ୍ଷେପ ନିଆଯିବ।

ସେପଟେ ତାଲିକାରେ ସ୍ଥାନ ପାଇନଥିବା ଚାଷୀଙ୍କୁ ଚିହ୍ନଟ ଓ ଟଙ୍କା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଗଠନ ହୋଇଛି ୩ଟି କମିଟି। ଏଥିପାଇଁ ଏକ ଫର୍ମାଟ୍ ବି ତିଆରି ହୋଇଛି । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ ଲାଗି କମିଟିକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos