କେନ୍ଦ୍ରର ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ରେଡ୍ ସିଗନାଲ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦି ସରକାରଙ୍କ ଫ୍ଲାଗସିପ୍ ପ୍ରୋଗାମ୍ ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ରେଡ୍ ସିଗନାଲ୍। ଦିନକ ତଳେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ଘୋଷଣା କରିଥିବା ରାଜ୍ୟ ସରକାର ଆଜି କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାରେ ରାଜ୍ୟ ସାମିଲ ହୋଇପାରିବ ନାହିଁ ବୋଲି ଖୋଲାଖୋଲି ଭାବେ କହିଛି। ରାଜ୍ୟ ଦାବିକୁ କେନ୍ଦ୍ର ଗ୍ରହଣ କରି ନ ଥିବାରୁ କେନ୍ଦ୍ର ସହ ଏମ୍ଓୟୁ କରିବ ନାହିଁ ବୋଲି ରାଜ୍ୟ କହିଛି। ସୋସିଓ ଇକୋନୋମିକ୍ କାଷ୍ଟ ସେନସସ୍-୨୦୧୧ ଅନୁସାରେ ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୬୧ ଲକ୍ଷ ପରିବାର ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସ୍ଥିର କରିଥିଲା। ୭୦ ଲକ୍ଷ ପରିବାରକୁ ଏଥିରେ ସାମିଲ କରାଯାଉ ବୋଲି ରାଜ୍ୟର ଦାବି ଥିଲା। ଯାହାକୁ କେନ୍ଦ୍ର ଗ୍ରହଣ କରି ନ ଥିଲା। ଏହାସହ ‘ଆୟୁଷ୍ମାନ ଭାରତ’  ଯୋଜନା କେବେଠୁ କାର୍ଯ୍ୟକାରୀ ହେବ ସେନେଇ ତାରିଖ ଧାର୍ଯ୍ୟ ହୋଇ ନାହିଁ ବୋଲି ରାଜ୍ୟ କହିଛି।
ଏବେ ପ୍ରଶ୍ନ ଉଠୁଛି କାହିଁକି ‘ଆୟୁଷ୍ମାନ ଭାରତ’ ଯୋଜାନକୁ ନା କହିଲେ ରାଜ୍ୟ ସରକାର? ବିଜେପି ଏହି ଯୋଜନାରୁ କାଳେ ଅଧିକ ମାଇଲେଜ୍ ନେଇଯିବ ସେଇ ଭୟରେ ମନା କଲେ କି ?  ଅନ୍ୟପକ୍ଷରେ ‘ଆୟୁଷ୍ମାନ  ଭାରତ’କୁ ମନା କରିବା ପରେ ଓଡ଼ିଶା କେନ୍ଦ୍ରୀୟ ଅନୁଦାନ ପାଇବାରୁ ବଞ୍ଚିତ ହେବ, ଏହାସହ ନିଜସ୍ୱ ଯୋଜନା ପାଇଁ ରାଜ୍ୟ ରାଜକୋଷ ଉପରେ ଅଧିକ ବୋଝ ପଡ଼ିବ ବୋଲି କୁହାଯାଉଛି।
ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅନେକ ଅଞ୍ଚଳରେ ଦୁର୍ବଳ ରହିଛି। ସେସବୁ ଅଞ୍ଚଳରେ ଲୋକଙ୍କୁ ଯୋଜନାରୁ କେତେ ଲାଭ ମିଳିବ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାଢ଼େ ୩ କୋଟି  ଲୋକଙ୍କୁ ସାମିଲ କରି ବିଜେଡି ନିଜର ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି।
Ordigital Desk
• Published: Thursday, 14 June 2018
• Updated: 14 June 2018, 08:02 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos