ଅପରାଜିତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ବ୍ୟାକଫୁଟରେ ବିଜେଡି

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ଗାଇଡଲାଇନ ଉଲ୍ଳ୍‌ଘଂନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ତାଙ୍କ ଅଫିସ୍ ସିଲ୍ କରାଯିବାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅପରାଜିତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ଶାସକ ବିଜେଡି ଏବେ ବ୍ୟାକଫୁଟରେ। ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ ନସରୁଣୁ ବିଜେଡି ନିଜର ଜଣେ ମୁଖପାତ୍ରଙ୍କ ମାଧ୍ୟମରେ ‘ଅଫିସ୍ ସିଲ୍ ନିଷ୍ପତ୍ତି ’ ପ୍ରଶାସନିକସ୍ତରରେ ନିଆଯାଇଛି ଓ ସେଥିନେଇ ବିଜେଡି କିଛି ମନ୍ତବ୍ୟ ଦେବା […]

naveen-and-aparajita

naveen-and-aparajita

Manoranjan Sial
  • Published: Saturday, 10 October 2020
  • Updated: 10 October 2020, 06:46 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ଗାଇଡଲାଇନ ଉଲ୍ଳ୍‌ଘଂନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ତାଙ୍କ ଅଫିସ୍ ସିଲ୍ କରାଯିବାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅପରାଜିତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ଶାସକ ବିଜେଡି ଏବେ ବ୍ୟାକଫୁଟରେ। ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ ନସରୁଣୁ ବିଜେଡି ନିଜର ଜଣେ ମୁଖପାତ୍ରଙ୍କ ମାଧ୍ୟମରେ ‘ଅଫିସ୍ ସିଲ୍ ନିଷ୍ପତ୍ତି ’ ପ୍ରଶାସନିକସ୍ତରରେ ନିଆଯାଇଛି ଓ ସେଥିନେଇ ବିଜେଡି କିଛି ମନ୍ତବ୍ୟ ଦେବା ଅନାବଶ୍ୟକ ବୋଲି କହିଛି। ଆଉ ଅପରାଜିତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏତେ ତୀବ୍ରତର ହୋଇଛି ଯେ ସାମ୍ବାଦିକମାନଙ୍କ ଗୋଟିଏ ବି ପ୍ରଶ୍ନର ଉତ୍ତର ବିଜେଡି ମୁଖପାତ୍ର ନଦେଇ ଘୋଷି କି ଆସିଥିବା କଥା କହି ହାତଯୋଡ଼ି ସେମାନଙ୍କଠୁ ବିଦାୟ ନେଇଥିଲେ।

ସୂଚନା ଅନୁସାରେ, ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିକୁ ଟାଗେର୍ଟ କରି କୋଭିଡ୍ ନିୟମ ଉଲ୍ଲଘଂନର ତଥ୍ୟପ୍ରମାଣ ଦେଇ ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ଆସନ୍ତାକାଲି ଏହିସବୁ ଫଟୋ ଓ ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିବେ। ଆଉ ଅଫିସ୍ ଖୋଲିବା ପର୍ଯ୍ୟନ୍ତ ସେ ରାଜରାସ୍ତାରେ ବସି ଲୋକଙ୍କ ସମସ୍ୟା ଶୁଣିବେ ବୋଲି କହି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଗୋଟିଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗସବୁ ପଠାଇ ମୁଖ୍ୟମନ୍ତ୍ରୀଙ୍କ ନିରପେକ୍ଷତା ପରଖିବେ ଓ ଅନ୍ୟପଟେ ତାଙ୍କୁ ଯେତେ ହଇରାଣ କରାଗଲେ ବି ସେ ଲୋକଙ୍କୁ ଭେଟିବାର ଆଭିମୁଖ୍ୟରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ୭ମାସ ଧରି ନବୀନ ନିବାସ ଭିତରେ ରହି ଭର୍ଚୁଆଲ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ଉପରେ କ’ଣ ପଦକ୍ଷେପ ନେଲେ ସେ ସମ୍ପର୍କରେ ବି ୧୬ଦିନରେ ସାମ୍ବାଦିକ ସମ୍ମିଳନୀ କରି ସର୍ବସାଧାରଣରେ ଜଣାଇବେ ବୋଲି ଖୋଲା ଆହ୍ୱାନ ଦେଇଛନ୍ତି। ନିୟମ ସମସ୍ତଙ୍କ ପାଇଁ ସମାନ ନହୋଇ କାହିଁକି ପାତରଅନ୍ତର କରାଯାଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। କୋଭିଡ୍ ଉଲ୍ଲଘଂନର ଯେଉଁ ସବୁ ତଥ୍ୟ ଅପରାଜିତା ଦେଉଛନ୍ତି, ସେସମସ୍ତ ବିଜେଡି ସହ ଜଡ଼ିତ । ତା’ଉପରେ କାର୍ଯ୍ୟାନୁଷ୍ଠାନ ନେବା ନବୀନଙ୍କ ପକ୍ଷେ ସମ୍ଭବପର ହେବ ନାହିଁ। ସବୁଠୁ ବଡ଼କଥା ହେଲା, ନିଜ ଜନ୍ମଦିନ ପାଳନବେଳେ କୋଭିଡ୍ ନିୟମକୁ ଉଲ୍ଲଘଂନ କରିଥିଲେ ମଧ୍ୟ ଅପରାଜିତା ନିଜର ଭୁଲକୁ ବି ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିନଥିଲେ। ଏଭଳି ପ୍ରଶ୍ନକୁ ଚତୁରତାର ସହ ଏଡ଼ାଇ ସେ ଆଇନରୁ ଉର୍ଦ୍ଧ୍ୱରେ ନୁହଁନ୍ତି କହିବା ସହ ଆସନ୍ତା ୧୫ଦିନ ପରେ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅପରାଜିତାଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ହିଁ ବିଜେଡିର ରଣନୀତିକାରଙ୍କୁ ବ୍ୟାକଫୁଟକୁ ନେଇଯାଇଛି। ବିଜେଡିର ରଣନୀତି ଏବେ ହାତଗଣତି ଅଫିସରଙ୍କ ଉପରେ ନିର୍ଭର କରୁଥିବାରୁ ଅପରାଜିତାଙ୍କ ଅଫିସକୁ ପ୍ରାୟୋଜିତ ସିଲ୍ କରିବା ଯେ ବୁମେରାଂ ହୋଇଛି ତାହା ବୁଝିବାକୁ ଏହି ଅନଭିଜ୍ଞ ରାଜନେତା ଓ ଅଫିସରଗୋଷ୍ଠୀଙ୍କୁ ବେଶୀ ସମୟ ଲାଗିନି। ଆଉ ସ୍ଥିତିକୁ ସମ୍ଭାଳିବା ପାଇଁ ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ପାର୍ଟି ଅଫିସକୁ ପଠାଇ ଏହି ଡ୍ରାମା ସହ ବିଜେଡିର କିଛି ଦେଣନେଣ ନାହିଁ ବୋଲି ସଫେଇ ଦେଇଛି । ଶ୍ରୀମତୀ ଦେଓ ମଧ୍ୟ ଅଫିସ୍ ସିଲ୍ ନିଷ୍ପତ୍ତି ପ୍ରଶାସନିକସ୍ତରରେ ନିଆଯାଇଥାଏ ଓ ଏଥିରେ ବିଜେଡିର କିଛି କହିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। କରୋନା କୌଣସି ରାଜନୀତିକ ଦଳ ଦେଖିକି ଆସେନି। କରୋନା ଲଢ଼େଇ ସମସ୍ତେ ଲଢ଼ୁଛନ୍ତି ଓ ଏହା ମାନବିକତାର ଲଢ଼େଇ। ସମସ୍ତେ କୋଭିଡ୍ ଗାଇଡଲାଇନ ପାଳନ କରିବା ଉଚିତ୍ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଯଦି ଅପରାଜିତାଙ୍କ ଅଫିସ୍ ସିଲ୍ ଘଟଣାରେ ବିଜେଡିର କିଛି କହିବାର ନାହିଁ ତା’ହେଲେ ଧନଜୀବନର ସୁରକ୍ଷା ପାଇଁ ଅତୀତରେ ଅନେକ କୋଠା ଓ ହୋଟେଲ୍ ସିଲ୍ କରାଯାଇଛି ଓ ଭବିଷ୍ୟତରେ ଅନେକ କୋଠା ଓ ହୋଟେଲ ସିଲ୍ କରାଯିବ ବୋଲି ଶ୍ରୀମତୀ ଦେଓ କେଉଁ କ୍ଷମତାବଳରେ କହିଲେ? କୋଠା ଓ ହୋଟେଲ୍ ସିଲ୍ କରିବା ନିଷ୍ପତ୍ତି କ’ଣ ବିଜେଡି ମୁଖପାତ୍ରମାନେ ନେଉଛନ୍ତି? ଯଦି କୋଭିଡ୍ ଗାଇଡଲାଇନ୍ ଉଲ୍ଲଘଂନ କଥା ଉଠୁଛି ତା’ହେଲେ ବିଜେଡି ନେତା-ମନ୍ତ୍ରୀମାନେ ନିଇତି ଉଲ୍ଲଘଂନ କରୁଥିବା ନିୟମ ସଂକ୍ରାନ୍ତ ପ୍ରଶ୍ନକୁ ଏଡ଼ାଇଗଲେ କାହିଁକି। ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବାକୁ କାହିଁକି ଉଚିତ୍ ମଣିଲେନି? ଦଳୀୟ କାର୍ଯ୍ୟାଳୟରେ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଘଂନ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜଣେ ବି ବିଜେଡି ନେତାଙ୍କ ବିରୁଦ୍ଧରେ ବିଏମସି କାର୍ଯ୍ୟାନୁଷ୍ଠାନ କାହିଁକି କରିନି?

ସୂଚନାଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ଅଫିସରେ ନିଜ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳନ କରିବା ଘଟଣାରେ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ରାଜ୍ୟ ସରକାର ଆପତ୍ତି ଜଣାଇଥିଲେ। ଏହି ଚିଠି ଲେଖିବାର ୨୪ଘଣ୍ଟା ନପୁରୁଣୁ ସାଂସଦଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ବିଏମସି ଆଜି ୧୫ଦିନ ପାଇଁ ସିଲ୍ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story