ଦ୍ୱନ୍ଦ୍ୱରେ ବିଜେଡି: ଏବେ ଗୀତା ମେହେଟ୍ଟାଙ୍କୁ ମଇଦାନକୁ ଆଣିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନ କେଇଟା ପରେ ୨୪ବର୍ଷରେ ପାଦ ‌ଥାପିବାକୁ ଥିବା ବିଜେଡି ପ୍ରଥମଥର ପାଇଁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସକ୍ରିୟ ଭୂମିକାକୁ ନେଇ ମୁହଁ ଖୋଲିଛି। ଗୀତାଙ୍କ ପରାମର୍ଶରେ ବିଜେଡି ସରକାର ଚାଲୁଛି ବୋଲି ତୃତୀୟ ମହଲାର ବିଶ୍ୱସ୍ତ ବରିଷ୍ଠ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାର୍ବଜନୀନ କାର୍ଯ୍ୟକ୍ରମରେ ନିଜଆଡ଼ୁ କହିଛନ୍ତି। ଦଳର ଜନ୍ମ ପରଠୁ ଏପର୍ଯ୍ୟନ୍ତ […]

naveengita-1

naveengita-1

Tapas Behera
  • Published: Saturday, 19 December 2020
  • Updated: 19 December 2020, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନ କେଇଟା ପରେ ୨୪ବର୍ଷରେ ପାଦ ‌ଥାପିବାକୁ ଥିବା ବିଜେଡି ପ୍ରଥମଥର ପାଇଁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସକ୍ରିୟ ଭୂମିକାକୁ ନେଇ ମୁହଁ ଖୋଲିଛି। ଗୀତାଙ୍କ ପରାମର୍ଶରେ ବିଜେଡି ସରକାର ଚାଲୁଛି ବୋଲି ତୃତୀୟ ମହଲାର ବିଶ୍ୱସ୍ତ ବରିଷ୍ଠ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାର୍ବଜନୀନ କାର୍ଯ୍ୟକ୍ରମରେ ନିଜଆଡ଼ୁ କହିଛନ୍ତି। ଦଳର ଜନ୍ମ ପରଠୁ ଏପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ବି ଗୀତା ମେହେଟ୍ଟାଙ୍କ ସକ୍ରିୟ ଭୂମିକାକୁ ନେଇ ମୁହଁ ଖୋଲୁନଥିବା ବିଜେଡି କାହିଁକି ପ୍ରଥମଥର ପାଇଁ ତାଙ୍କୁ ମଇଦାନକୁ ଓହ୍ଲାଇଲା ତାକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି।

ବିଜୁଙ୍କ ଆଦର୍ଶ ଓ ସ୍ୱପ୍ନକୁ ସାକାର ଉଦ୍ଦେଶ୍ୟରେ ଗଠନ ହୋଇଥିବା ବିଜେଡି ଏବେ ନବୀନବାଦ ଆଡ଼କୁ ଅଗ୍ରସର ହେଉଥିବାବେଳେ ଅଚାନକ ଗୀତାଙ୍କର ସରକାରରେ ଭୂମିକାକୁ ନେଇ ତୃତୀୟ ମହଲାର ବିଶ୍ୱସ୍ତ ନେତା ଶ୍ରୀ ଆରୁଖ ମନ୍ତବ୍ୟ ଦେବା ବିଜେଡିରେ ରହିଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଭଞ୍ଜନଗର ବ୍ଲକର ଦଦରାଲୁଣ୍ଡାଠାରେ ଆୟୋଜିତ ସ୍ୱଚ୍ଛତା ଓ ପରିବେଶ ସଚେତନତା ସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ମନ୍ତ୍ରୀ ଆରୁଖ କହିଥିଲେ ଯେ, କରୋନା ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି ଓ ଆଗାମୀ ଦିନରେ ଓଡ଼ିଶା କରୋନାମୁକ୍ତ ହେବ। ଆମେରିକାରେ ରହୁଥିବା ନିଜ ଭଉଣୀ ଗୀତା ମେହେଟ୍ଟାଙ୍କଠୁ କରୋନାର ଭୟାବହତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବାକୁ ପାଇଥିଲେ। ଆଉ ଗୀତା ମେହେଟ୍ଟାଙ୍କ ପରାମର୍ଶ ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ଆରୁଖ କହିଛନ୍ତି।

ବିଜେଡି ସୂତ୍ର ଅନୁସାରେ, ନବୀନ ନିଜର ବଡ଼ଭଉଣୀ ଗୀତାଙ୍କୁ ଅତ୍ୟଧିକ ସମ୍ମାନ ଓ ଶ୍ରଦ୍ଧା କରନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଅନେକ ସମୟରେ ଶୁଣିବାକୁ ମିଳିଥାଏ। କିନ୍ତୁ ଗୀତା କେବେବି ଆଜିପର୍ଯ୍ୟନ୍ତ ବିଜେଡି କିମ୍ବା ସରକାରର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ କିମ୍ବା କରିଥିବାର ନଜିର ବି ନାହିଁ। ଯେହେତୁ ତୃତୀୟ ମହଲାର ବିଶ୍ୱସ୍ତ ଭାବେ ଜଣାଶୁଣା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ଏଭଳି ବୟାନ ଦେଇଛନ୍ତି, ନିଶ୍ଚିତ ଭାବେ ତାହା ପଛରେ କିଛି ଉଦ୍ଦେଶ୍ୟ ବା ରଣନୀତି ଥିବ । ଏଭଳି ମନ୍ତବ୍ୟ ସର୍ବସାଧାରଣରେ ଦେବା ପାଇଁ ତାଙ୍କୁ କୁହାଯାଇଥିବ। ନଚେତ୍ ଶ୍ରୀ ଆରୁଖଙ୍କ ଭଳି ନେତାଙ୍କ ପାଟିରୁ ଏଭଳି ବୟାନ ଆସିବା ସହଜ କଥା ବି ନୁହେଁ। ଅବଶ୍ୟ ଗୀତାଙ୍କ ଭୂମିକାକୁ ନେଇ ସର୍ବସାଧାରଣରେ ବୟାନବାଜି ବିଜେଡି ଇତିହାସରେ ପ୍ରଥମ।

ଉଲ୍ଲେଖଯୋଗ୍ୟ, ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଗତ କିଛିବର୍ଷ ଧରି ଚର୍ଚ୍ଚା ଚାଲିଥିବାବେଳେ ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ ତଥା ଏହା ଓଡ଼ିଶାବାସୀଙ୍କ ଦଳ ଓ ଓଡ଼ିଶାବାସୀ ହିଁ ଏହାର ମାଲିକ ବୋଲି କହି ନବୀନ ପଟ୍ଟନାୟକ ଏଭଳି ଚର୍ଚ୍ଚା ଉପରେ ବିରାମ ଲଗାଇବାକୁ ପ୍ରୟାସ କରୁଥିଲେ ମଧ୍ୟ ଦଳର ଭବିଷ୍ୟତକୁ ନେଇ ନେତାମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ପ୍ରତିଷ୍ଠା ଦିବସ ପୂର୍ବରୁ ରାଜ୍ୟ କାର୍ଯ୍ୟକାରିଣୀ ଓ କାର୍ଯ୍ୟ ପରିଷଦ ବୈଠକ ଡାକି ଦଳର ସମ୍ବିଧାନକୁ ସଂଶୋଧନ କରାଇ ସଂଗଠନ ସମ୍ପାଦକ ପଦବୀକୁ ଆନୁଷ୍ଠାନିକ ମାନ୍ୟତା ଦେବା ସହ ପ୍ରଣବପ୍ରକାଶ ଦାସଙ୍କୁ ଦଳର ଦ୍ୱିତୀୟ ମୁଖ୍ୟ ଭାବେ ଉପସ୍ଥାପିତ କରିବାର ରଣନୀତି ପ୍ରସ୍ତୁତ ହୋଇଛି। ଯାହାକୁ ନେଇ ଦଳରେ ଏବେ ଚାପା ଅସନ୍ତୋଷ ଦେଖାଦେଇଥିବାବେଳେ ତାକୁ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଓ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ପାଇଁ ଗୀତା ମେହେଟ୍ଟାଙ୍କ ଭୂମିକାକୁ ନେଇ ସାର୍ବଜନୀନ ବୟାନ ଆସିଛି ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story