ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ହୁଇପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ହୁଇପ୍‌ ଜାରି କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତିମାନଙ୍କ ଜରିଆରେ ଏହି ହୁଇପ୍‌ ଜାରି କରିଛନ୍ତି। ସ୍ୱତନ୍ତ୍ର ଭାବେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଖକୁ ଦଳୀୟ ନିର୍ଦ୍ଦେଶନାମା ପଠାଯାଇଛି। ଦଳୀୟ ହୁଇପ୍‌କୁ ଉଲ୍ଲଂଘନ କଲେ ଏହା ଦଳ ବିରୋଧୀ କାର୍ଯ୍ୟ ବୋଲି ଧରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଚେତାବନୀ ଦିଆଯାଇଛି। ତେବେ ଏପରି ହୁଇପ୍‌କୁ ନେଇ […]

navven

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 01:43 PM IST

ଭୁବନେଶ୍ୱର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ହୁଇପ୍‌ ଜାରି କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତିମାନଙ୍କ ଜରିଆରେ ଏହି ହୁଇପ୍‌ ଜାରି କରିଛନ୍ତି। ସ୍ୱତନ୍ତ୍ର ଭାବେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଖକୁ ଦଳୀୟ ନିର୍ଦ୍ଦେଶନାମା ପଠାଯାଇଛି।

ଦଳୀୟ ହୁଇପ୍‌କୁ ଉଲ୍ଲଂଘନ କଲେ ଏହା ଦଳ ବିରୋଧୀ କାର୍ଯ୍ୟ ବୋଲି ଧରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଚେତାବନୀ ଦିଆଯାଇଛି।

ତେବେ ଏପରି ହୁଇପ୍‌କୁ ନେଇ ବିଜେପି ବିଜେଡିକୁ ସମାଲୋଚନା କରିଛି। ଏହା ଏକ ଧମକ ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି।

Related story