ରମଣ, ତମେ କରୁ କରୁ ନିର୍ବାଚନ ଭ୍ରମଣ, ଆମକୁ କଲ ଆକ୍ରମଣ, ଓଡ଼ିଶାବାସୀଙ୍କୁ କାହିଁକି ଦେଲ କଷଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ସାରା ରାଜ୍ୟରେ ମହାନଦୀ ହାୱା ବହୁଛି। ଶାସକ ବିଜେଡି ଶୁଖିଲା ପଡ଼ିଥିବା ମହାନଦୀରେ ପାଣି ଆଣିବାକୁ ସକ୍ଷମ ହେବ କି ନା ତାହା ତ ଆଗାମୀ ଦିନରେ ଜଣାପଡ଼ିବ, କିନ୍ତୁ ମହାନଦୀକୁ ନେଇ ଯେ ବିଜେଡି ଖୁବ୍ ଲାଭ ଉଠାଇବାକୁ ଯୋଜନା କରିଛି ତାହା ସ୍ପଷ୍ଟ। ଏଭଳି ସ୍ଥିତିରେ ବିଜେଡିର କିଛି ନେତା ମହାନଦୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ନେଇ ଗୀତ ବୋଲିବା ଆରମ୍ଭ କରିଛନ୍ତି। ଗୋଟିଏ କଥା […]

poem

poem

Ordigital Desk
  • Published: Thursday, 31 May 2018
  • Updated: 31 May 2018, 07:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ସାରା ରାଜ୍ୟରେ ମହାନଦୀ ହାୱା ବହୁଛି। ଶାସକ ବିଜେଡି ଶୁଖିଲା ପଡ଼ିଥିବା ମହାନଦୀରେ ପାଣି ଆଣିବାକୁ ସକ୍ଷମ ହେବ କି ନା ତାହା ତ ଆଗାମୀ ଦିନରେ ଜଣାପଡ଼ିବ, କିନ୍ତୁ ମହାନଦୀକୁ ନେଇ ଯେ ବିଜେଡି ଖୁବ୍ ଲାଭ ଉଠାଇବାକୁ ଯୋଜନା କରିଛି ତାହା ସ୍ପଷ୍ଟ। ଏଭଳି ସ୍ଥିତିରେ ବିଜେଡିର କିଛି ନେତା ମହାନଦୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ନେଇ ଗୀତ ବୋଲିବା ଆରମ୍ଭ କରିଛନ୍ତି। ଗୋଟିଏ କଥା ଭଲ ହେଲା ଯେ, ମହାନଦୀ ଓ ରମଣ ସିଂହ, ବିଜେଡିର ଶୁଖିଲା ନେତାଙ୍କୁ ବି କବି କରିଦେଲା। କଥାଟା ଶୁଣି ଆପଣ ଦ୍ବନ୍ଦ୍ବରେ ପଡ଼ିବେଣି। ପଢ଼ନ୍ତୁ ପୂରା ଘଟଣା।

ଗତକାଲି ମହାନଦୀକୁ ନେଇ ଛତିଶଗଡ଼ର ଚାଲାକି ବିଷୟରେ ଗଣମାଧ୍ୟମକୁ ଖବର ଦେବାକୁ ବିଜେଡି ଗୋଟେ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହାକୁ ସମ୍ବୋଧିତ କରିଥିଲେ ଦଳର ତିନି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର ଓ ସଂଜୟ ଦାସବର୍ମା। ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇନଥାଏ। ନେତାମାନେ ସାମ୍ବାଦିକଙ୍କୁ ସମ୍ବୋଧନ କରିବାକୁ ପ୍ରସ୍ତୁତ ହେଉଥାନ୍ତି। ଏହି ସମୟରେ କିଏ ଜଣେ ସାମ୍ବାଦିକ ପଚାରିଲେ, ଆଜ୍ଞା ଏ ସାମ୍ବାଦିକ ସମ୍ମିଳନୀ କ’ଣ ମହାନଦୀ ଓ ଛତିଶଗଡ଼ ବିଷୟରେ? ତ ସେଇଠି ସଙ୍ଗେ ସଙ୍ଗେ ଦେବୀ ମିଶ୍ର ଆରମ୍ଭ କରିଥିଲେ ଗୋଟିଏ ପଦ କବିତା। ସେ ଧାଡ଼ିଟି ଥିଲା ଏମିତି- ରମଣ ତମେ କରୁ କରୁ ନିର୍ବାଚନ ଭ୍ରମଣ...

ତା ପର ଧାଡ଼ି ଆଉ ଦେବୀବାବୁ ନ କହି ଚୁପ୍ ରହିଲେ। ତେଣୁ ତୁରନ୍ତ ପ୍ରସନ୍ନ ଆଚାର୍ଯ୍ୟ ଏ ଧାଡ଼ିକି ଯୋଡ଼ି ଆଉ ଗୋଟିଏ ଧାଡ଼ି କହିଲେ। ତାହା ଥିଲା- ଆମକୁ କଲ ଆକ୍ରମଣ...

ଏହାପରେ ସମସ୍ତେ ହସିଲେ। ଦେବୀବାବୁ ଓ ପ୍ରସନ୍ନ ବାବୁ ବି ହସିଲେ। ତ ଦେବୀବାବୁଙ୍କ ମନକୁ ମଧ୍ୟ ଆଉଏକ ପଦ ଆସିଲା। ତେଣୁ ସେ ତୁରନ୍ତ ତୃତୀୟ ପଦ କହିଲେ- ଓଡ଼ିଶାବାସୀଙ୍କୁ କାହିଁକି ଦେଲ କଷଣ?

ଏବେ ପୂରା କବିତାଟି ଏକାଥରେ ପଢ଼ନ୍ତୁ...
ରମଣ ତମେ କରୁ କରୁ ନିର୍ବାଚନ ଭ୍ରମଣ...
ଆମକୁ କଲ ଆକ୍ରମଣ...
ଓଡ଼ିଶାବାସୀଙ୍କୁ କାହିଁକି ଦେଲ କଷଣ?

ଏହା ଶୁଣି ପୂରା ସାମ୍ବାଦିକ ସମ୍ମିଳନୀରେ ହାସ୍ୟରୋଳ ସୃଷ୍ଟି ହେଲା। ଏହାପରେ ଆରମ୍ଭ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ତେବେ ବିଜେଡି ନେତାଙ୍କ ଏ କବିତା ଶୁଣି ଗୋଟିଏ କଥା ଅନୁମାନ କରିହେଉଛି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଜେଡିକୁ ଖୁବ୍ କଷଣ ଦେଲେଣି। ମହାନଦୀ କୂଳରେ ଜୀବନ ବିତେଇଥିବା ଦେବୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ କେବେ ଭାବି ନଥିଲେ ଓଡ଼ିଶାର ଲାଇଫ୍ ଲାଇନ୍ ଥିବା ମହାନଦୀ ତାଙ୍କ ପାଇଁ ଦୁଃଖ ପାଲଟିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story