ପ୍ରଦୀପଙ୍କ ଠାରୁ ୫୭୬୬ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି ଚାଲିଛି। ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି।  ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡର ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୫୭୬୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୧୫୯୧୬ […]

PadmapurByPoll

  • Published: Thursday, 08 December 2022
  • , Updated: 08 December 2022, 10:53 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି ଚାଲିଛି। ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି।  ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡର ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୫୭୬୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୧୫୯୧୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୦୧୫୦ଖଣ୍ଡ ଓ କଂଗ୍ରେସକୁ ୪୭୪ ଖଣ୍ଡ ଭୋଟ୍ ମିଳିଛି। ସେହିପରି ଏହି ରାଉଣ୍ଡ ଶେଷ ସୁଦ୍ଧା ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୪୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ ୨୫, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୪୯, ଗଙ୍ଗାଧର ସାହାଙ୍କୁ ୫୮, ଦେବାର୍ଚ୍ଚନ ନାଏକଙ୍କୁ ୬୬, ବୃନ୍ଦାବନ ପୁରୋହିତଙ୍କୁ ୭୨ ଓ ଶେଷଦେବ ସାହୁଙ୍କୁ ୧୭୧ ଖଣ୍ଡ ଭୋଟ୍ ମିଳିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

Related story